ARTICLE AD BOX

ନୂଆଦିଲ୍ଲୀ: କାବେରୀ ଜଳ ବିବାଦ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କ ବିରୋଧରେ ତାମିଲନାଡ଼ୁରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍ଏ) ଓ କାବେରୀ ଜଳ ନିୟନ୍ତ୍ରଣ କମିଟି (ସଡବ୍ଲ୍ୟୁଆର୍ସି)ଙ୍କ ନିର୍ଦ୍ଦେଶ ମାନିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଥିବା କୁହାଯାଇଛି। କର୍ତ୍ତୃପକ୍ଷଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କର୍ଣ୍ଣାଟକ ଆବଶ୍ୟକ ପରିମାଣର କାବେରୀ ଜଳ ଛାଡ଼ିବାରେ ବିଫଳ ହେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କ ନିର୍ଦ୍ଦେଶରେ ସୋମବାର ଏହି ଆବେଦନ ଦାଖଲ କରାଯାଇଥିଲା।
ଆହୁରି ପଢନ୍ତୁ: Supremecourt: ପ୍ରତ୍ୟେକ ରାସ୍ତାକୁ ପଥଚାରୀଙ୍କ ପାଇଁ ଅବରୋଧମୁକ୍ତ କର, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ସିଡବ୍ଲ୍ୟୁଆର୍ସି ଜୁଲାଇ ୨୮ରେ ୧୩୯ତମ ବୈଠକରେ କାବେରୀ ନଦୀ ଅବବାହିକାରେ ଜଳବିଜ୍ଞାନ ଓ ପାଣିପାଗ ପରିସ୍ଥିତି ସମୀକ୍ଷା କରିଥିଲେ ଓ କୃଷ୍ଣରାଜ ସାଗର (କେଆର୍ଏସ୍) ଓ କାବିନୀ ଜଳଭଣ୍ଡାରରୁ ୨୯ ଜୁଲାଇରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ବିଲିଗୁଣ୍ଡଲୁରେ ପ୍ରତି ସେକେଣ୍ଡରେ ୩୫୦୦ କ୍ୟୁସେକ୍ ଜଳ ଛାଡ଼ିବା ନିଶ୍ଚିତ କରିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବବାହିକାର ଜଳ ଉପଲବ୍ଧତା ଓ ବର୍ଷା ସ୍ଥିତି ସମୀକ୍ଷା କରିବା ପରେ ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ସିଡବ୍ଲ୍ୟୁଏମ୍ଏର ୫୪ତମ ଜରୁରିକାଳୀନ ବୈଠକରେ ସିଡବ୍ଲ୍ୟୁଆର୍ସି ନିଷ୍ପତ୍ତିକୁ କାୟମ ରଖାଯାଇଥିଲା। କିନ୍ତୁ ତାମିଲନାଡ଼ୁ ସରକାର ଦର୍ଶାଇଛନ୍ତି ଯେ, ଜୁଲାଇ ୨୯ରୁ ଅଗଷ୍ଟ ୨ ତାରିଖ ସୁଦ୍ଧା ବିଲିଗୁଣ୍ଡଲୁରେ ପ୍ରତି ସେକେଣ୍ଡରେ ୩୫୦୦ କ୍ୟୁସେକ୍ ଜଳ ଛଡ଼ାଯିବା ପରିବର୍ତ୍ତେ ମାତ୍ର ୧୫୮ରୁ ୫୫୦ କ୍ୟୁସେକ୍ ଜଳ ଛଡ଼ା ଯାଇଥିଲା।

2 hours ago
1


