ARTICLE AD BOX
ସୁନ୍ଦରଗଡ଼: ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଇବ୍ ନଦୀ ଉପତ୍ୟାକା କନାକୁଣ୍ଡରେ ଆଜି ପୁଣି ଏକ ଅଘଟଣ ଘଟିଛି। ଗଭୀର ଜଳରେ ବୁଡ଼ି ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।
କନାକୁଣ୍ଡ ଗ୍ରାଣ୍ଡ୍ କାନିଅନ୍: ଫାଇଲ୍ ଫଟୋସୂଚନାନୁସାରେ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ାରେ ରହୁଥିବା ପ୍ରଜ୍ଞାଶ୍ରୀ ପରମିତା ପୁରୋହିତ ପଣ୍ଡା। ପରିବାରର ୪ ଜଣଙ୍କ ସହ ଯାଇଥିଲେ। ଉପରମୁଣ୍ଡରେ ବର୍ଷା ଯୋଗୁଁ କନାକୁଣ୍ଡରେ ଜଳର ସ୍ରୋତ ପ୍ରଖର ଥିଲା। ଏଥିରେ ହଠାତ୍ ଗୋଡ଼ ଖସିଯାଇ ପ୍ରଜ୍ଞାଶ୍ରୀ ଭାସିଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଖବର ଲେଖାଯିବା ବେଳକୁ ମହିଳାଙ୍କ ଉଦ୍ଧାର ହୋଇପାରିନଥିଲା।
ଓଡ଼ଶାର ଗ୍ରାଣ୍ଡ୍ କାନିଅନ୍ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଏହି ବିପଦସଂକୁଳ ପର୍ଯ୍ୟଟନସ୍ଥଳୀରେ ଗତ ୫ ବର୍ଷରେ ୧୦ ଜଣଙ୍କ ଜୀବନ ଯାଇଛି।

8 hours ago
2


