ARTICLE AD BOX
କୋଷାଗୁମୁଡା /କୋଡିଙ୍ଗା: ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ଗିରଫ ହୋଇଥିବା ଜଣେ ନାବାଳକ ଥାନା ପରିସରରୁ ଫେରାର୍ ହୋଇଯାଇଛି। ନାବାଳକଙ୍କୁ ଖୋଜିବାକୁ ପୁଲିସ ନାକେଦମ ହୋଇଛି।
Child Helpline 1098 ଦଶପଲ୍ଲାରୁ ୧୦ ବର୍ଷର ନାବାଳକକୁ ଉଦ୍ଧାର
ସୂଚନାନୁସାରେ, ନବରଙ୍ଗପୁରଜିଲ୍ଲା କୋଡିଙ୍ଗା ଗ୍ରାମର ଏକ ବିସ୍କୁଟ୍, ରୁଟି ଆଦି ବିକ୍ରି କରୁଥିବା ଦୋକାନରୁ ଚୋରି ହୋଇଥିବା ନେଇ କୋଡିଙ୍ଗା ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି କୋଡିଙ୍ଗା ପୁଲିସ ଜୈନିକ ନାବାଳକକୁ ଗତକାଲି (ମଙ୍ଗଳବାର) ଥାନାରେ ଅଟକ ରଖିଥିଲେ।
ପୁଲିସ ଉକ୍ତ ନାବାଳକ ହାତରେ ହ୍ୟାଣ୍ଡକପ୍ ମଧ୍ୟ ପକାଇଥିଲେ। ପୁଲିସର ହୁଗୁଳା ବ୍ୟବସ୍ଥାର ସୁଯୋଗ ନେଇ ନାବାଳକଜଣକ ଥାନା ପରିସରରୁ ଚମ୍ପଟ ମାରିଛି। ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି।

1 week ago
8


