JurassicPark: ‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲଙ୍କର ୭୮ ବର୍ଷରେ ପରଲୋକ

3 weeks ago 10
ARTICLE AD BOX

ସିଡ୍‌ନୀ: ହଲିଉଡର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଜୁରାସିକ୍‌ ପାର୍କ’ର ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ ବର୍ଷ ବୟସରେ ସିଡନୀଠାରେ ପରଲୋକ ଘଟିଛି। ୨୦୨୩ରେ ନିଲ୍‌ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲରେ ସେ କର୍କଟ-ମୁକ୍ତ ହୋଇଥିଲେ। ନିଲ୍‌ଙ୍କର ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପରିବାରବର୍ଗ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: Manmohan Singh: ‘ମୁଁ ଆତ୍ମହତ୍ୟା କରିଦେବି...’: ୨୦୧୨ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏମିତି କାହିଁକି କହିଥିଲେ ମନମୋହନ ସିଂହ

ନିଲ୍‌ ଉତ୍ତର ଆୟର୍ଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ୭ ବର୍ଷ ବୟସରେ ସେ ନ୍ୟୁଜିଲ୍ୟାଣ୍ଡ ଚାଲି ଆସିଥିଲେ। ୧୯୯୩ ମସିହାରେ ପ୍ରଥମ ଜୁରାସିକ ପାର୍କ ଓ ସେହି ଫ୍ରାଞ୍ଚାଇଜର ଅନ୍ୟ ଚଳଚ୍ଚିତ୍ରରେ ନିଲ୍‌ଙ୍କୁ ଡ ଆଲାନ୍‌ ଗ୍ରାଣ୍ଟ ଭୂମିକାରେ ଦେଖିବାକୁ ମିଳିଥିଲା। ନିଲ୍‌ଙ୍କ ମୃତ୍ୟୁ ପରେ ସାଥୀ ଅଭିନେତା, ସଂଗୀତଜ୍ଞ ଓ ରାଜନେତାମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ନିଲ୍‌ଙ୍କୁ ଜଣେ ମହାନ ଅଭିନେତା ଭାବରେ ବର୍ଣ୍ଣନା କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ନିଲ୍‌ ଅଷ୍ଟ୍ରେଲିଆ ଲୋକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.