Junior hockey team: ଅନ୍‌ମୋଲ୍‌ ଭାରତୀୟ କନିଷ୍ଠ ହକି ଦଳର ଅଧିନାୟକ: ବେଲ୍‌ଜିୟମ୍‌ ଗସ୍ତ ଦଳରେ ଓଡ଼ିଶାରୁ ୯

1 month ago 12
ARTICLE AD BOX

ଭୁବନେଶ୍ବର: ହକି ଇଣ୍ଡିଆ ମଙ୍ଗଳବାର ବେଲ୍‌ଜିୟମ୍‌ ଗସ୍ତ ଲାଗି ୨୨ ଜଣିଆ କନିଷ୍ଠ (୨୧ ବର୍ଷରୁ କମ୍‌) ପୁରୁଷ ଦଳ ଘୋଷଣା କରିଛି। ଏହି ଦଳର ଅଧିନାୟକ ଓଡ଼ିଆ ପୁଅ ଅନ‌ମୋଲ ଏକ୍କା ରହିଛନ୍ତି। ତାଙ୍କ ସହ ଏହି ୨୨ ଜଣିଆ ଦଳରେ ଓଡ଼ିଶାରୁ ୯ ଜଣ ବିବେକ ଲାକ୍ରା, ରୋହିତ କୁଲୁ, ପ୍ରଶାନ୍ତ ବାର୍ଲା, ସଞ୍ଜିତ ତିର୍କି, ଆଦ୍ରୋହିତ ଏକ୍କା, ମୁକେଶ ଟପ୍ପୋ, ରିତିକ ଲାକ୍ରା ଓ ଅର୍ଯ୍ୟନ ଖେସ୍‌ ଅଛନ୍ତି। ଅନମୋଲଙ୍କ ସହ ଆଦ୍ରୋହିତ ଓ ରୋହିତ ଚେନ୍ନାଇରେ ଆୟୋଜିତ କାଂସ୍ୟ ବିଜେତା କନିଷ୍ଠ ଭାରତୀୟ ଦଳରେ ସଦସ୍ୟ ଥିଲେ। କାଂସ୍ୟ ମୁକାବିଲାରେ ଅନମୋଲଙ୍କ ଶେଷ ସମୟ ଗୋଲ୍‌ ବଳରେ ଭାରତ ୪-୨ରେ ଆର୍ଜେଣ୍ଟିନାକୁ ହରାଇଥିଲା। ସେ ମଧ୍ୟ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଲାଗି ଜାତୀୟ ଦଳର ଭାର ମିଳିଛି। ଅଧିନାୟକ ପଦ ସହ ଓଡ଼ିଶାରୁ ଜାତୀୟ ଦଳରେ ୯ ଜଣ ସ୍ଥାନ ପାଇବା ରାଜ୍ୟର ଗର୍ବ ଓ ଗୌରବ ବଢ଼ାଇଛି। ଏତେ ମାତ୍ରାରେ ଜାତୀୟ ଦଳରେ ଓଡ଼ିଶା ଖେଳାଳି ସ୍ଥାନ ପାଇବା ରାଜ୍ୟ ହକିର ଅଭିବୃଦ୍ଧିର ସଙ୍କେତ। 

America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ

ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ଏସିଆ କପ୍‌ ପ୍ରସ୍ତୁତି ଲାଗି ନୂଆ ପ୍ରଶିକ୍ଷକ ଫ୍ରେଡରିକ ସୋୟେଜଙ୍କ ତତ୍ତ୍ବାବଧାନରେ ଜୁଲାଇ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଭାରତ ଏହି ଗସ୍ତ କରିବ। ଏହା ଭିତରେ ୟୁରୋପର ଶ୍ରେଷ୍ଠ ଦଳ ଅଷ୍ଟ୍ରିଆ (ଜୁଲାଇ ୭, ୮) ଓ ବେଲ୍‌ଜିୟମ (ଜୁଲାଇ ୧୦, ୧୪) ବିପକ୍ଷରେ ଦୁଇଟି ଲେଖଏଁ ଏବଂ ଜର୍ମାନୀ (ଜୁଲାଇ ୧୩) ଓ ନେଦରଲାଣ୍ଡ୍‌ସ (ଜୁଲାଇ ୧୭) ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବ।

Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ

ଭାରତୀୟ କନିଷ୍ଠ ପୁରୁଷ ଦଳ: ‌ଗୋଲି-ବିବେକ ଲାକ୍ରା, କୁନାଲ ତିୱାତିଆ, ଡିଫେଣ୍ଡର- ଅନମୋଲ ଏକ୍କା (ଅଧିନାୟକ), ରୋହିତ କୁଲୁ, ଚିରାଗ, ରବିନ୍ଦର, ପ୍ରଶାନ୍ତ ବାର୍ଲା, ସଞ୍ଜିତ ତିର୍କି, ଭି ମଣିମାରନ, ମିଡ୍‌ଫିଲ୍ଡର- ଆଦ୍ରୋହିତ ଏକ୍କା, ହର୍‌ପାଲ, ଜିତ୍‌ପାଲ, ମୁକେଶ ଟୋପ୍ପୋ, ମନୁ ମଲ୍ଲିକ, ରିତିକ ଲାକ୍ରା, ଫରୱାର୍ଡ- ଅଜିତ ଯାଦବ, ପ୍ରଭଦୀପ ସିଂହ, ଅର୍ଜୁନ ହର୍ଗୁଡେ, ଆର୍ଯ୍ୟନ ଖେସ୍‌, ଲୋଭେନୁର ସିଂହ, ମହମ୍ମଦ କୋନାଏନ ଦାଦ୍‌, ଗୁରୁସେବକ ସିଂହ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.