ARTICLE AD BOX
ମୋକ୍ବି: ଓଡ଼ିଆ ପୁଅ ତଥା ଭାରତୀୟ ଯୁବ ଦଳର ଅଧିନାୟକ ଅନମୋଲ ଏକ୍କାଙ୍କ ୬ ଗୋଲ୍ ବଳରେ ବିଜେତା ଭାରତ ଏଠାରେ ଚାଲିଥିବା କନିଷ୍ଠ ଏସିଆ କପ୍ରେ ନିଜର ଶେଷ ପୁଲ୍-ଏ’ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ୧୫-୦ ଗୋଲ୍ରେ ହରାଇଛି। ଫଳରେ ୫ ଦଳୀୟ ଏହି ପୁଲ୍ରେ ୫ ଥରର ବିଜେତା ଭାରତ ୪ ମ୍ୟାଚ୍ରୁ ୩ ବିଜୟ ଓ ଗୋଟିଏ ଅମୀମାଂସିତ ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହି ପୁଲ୍ର ଅନ୍ୟଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ ୩-୨ରେ ଜାପାନକୁ ହରାଇ ୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି।
ଅବିଶ୍ବାସନୀୟ ଭାବେ ଗୋଲ୍ଶୂନ୍ୟରେ ଶେଷ
ଚାଇନିଜ୍ ତାଇପେ ବିପକ୍ଷ ବୁଧବାର ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ଭାରତ ଲକ୍ଷ୍ୟହୀନ ହେବାରୁ ଅବିଶ୍ବାସନୀୟ ଭାବେ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଏହାପରେ ମିଳିଥିବା ୨ ମିନିଟ୍ ବିରତିରେ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜଙ୍କ ଗୁରୁମନ୍ତ୍ର ପାଇ ଭାରତୀୟ ଦଳ ଦ୍ବିତୀୟ କ୍ବାର୍ଟରରେ ୬ ଗୋଲ୍ ଦେବା ସହ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୪୫ ମିନିଟ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ୧୭ତମ ମିନିଟ୍ରେ ଓଡ଼ିଆ ପୁଅ ଆର୍ଯ୍ୟନ ଖେସ୍ ଫିଲ୍ଡ ଗୋଲ୍ରେ ଭାରତ ଅଭିଯାନ ଆରମ୍ଭ କରିଥିଲା। ଏହା ପରମିନିଟ୍ରେ ପ୍ରଭଦୀପ ସିଂହଙ୍କ ଫିଲ୍ଡ ଗୋଲ୍ରେ ଭାରତ ୨-୦ରେ ଆଗୁଆ ହୋଇଥିଲା। ଗୁରସେବକ ସିଂହ (୨୨ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ଭାରତ ୫ ମିନିଟ୍ ମଧ୍ୟରେ ୩-୦ ଅଗ୍ରଣୀ ନେଇ ଯାଇଥିଲା। ୨୫ତମ ମିନିଟ୍ରେ ଭାରତକୁ ମିଳିିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ଅନମୋଲ ଗୋଲ୍ରେ ପରିଣତ କରି ଦେଇଥିଲେ।
Odisha: କେରଳରେ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ
ଏହାପରେ ଅର୍ଜୁନ ସନ୍ତୋଷ ହାର୍ଗୁଡେ (୨୮ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ଏବଂ ଏହାପର ମିନିଟ୍ରେ ଅନମୋଲଙ୍କ ପେନାଲ୍ଟି କର୍ଣ୍ଣର ଯୋଗୁଁ ଭାରତ ଦ୍ବିତୀୟ କ୍ବାର୍ଟରକୁ ୬-୦ରେ ଶେଷ କରିଥିଲା। ତୃତୀୟ କ୍ବାର୍ଟରରେ ଅନମୋଲ (୩୨, ୩୩, ୪୫ ମିନିଟ୍) ୩ଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଏବଂ ଅଜିତ ଯାଦବ (୩୫ ମିନିଟ୍) ଗୋଟିଏ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧୦-୦ରେ ଆଗରେ ରଖିଥିଲେ। ସେହିଭଳି ଶେଷ କ୍ବାର୍ଟରରେ ମଧ୍ୟ ଭାରତ ୫ ଗୋଲ୍ ଲଦି ଥିଲା। ହରପାଲ (୪୮, ୫୩ ମିନିଟ୍) ଦୁଇଟି ଫିଲ୍ଡ ଗୋଲ୍ ଦେଇ ଯୁଗଳ ସଫଳତା ପାଇଥିଲା ବେଳେ ୫୧ତମ ମିନିଟ୍ରେ ଅନମୋଲ ଷଷ୍ଠ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇଥିଲେ। ଆର୍ଯ୍ୟନ (୫୨, ୫୩ ମିନିଟ୍) ଆଉ ଦୁଇ ଫିଲ୍ଡ ଗୋଲ୍ ଦେଇ ହ୍ୟାଟ୍ରିକ୍ ସଫଳତା ପାଇଥିଲେ। ମନମିତ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

1 week ago
8


