Judgement: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

2 weeks ago 6
ARTICLE AD BOX

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପ୍ରାପ୍ତ ନଗଦ ଚାନ୍ଦା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ଏକ ଆବେଦନର ଶୁଣାଣି କରିବେ। ଆବେଦନଟି ଆୟକର ଆଇନରେ ରାଜନୈତିକ ଦଳଗୁଡ଼ିକୁ ୨୦୦୦ ଟଙ୍କାରୁ କମ୍ ମୂଲ୍ୟର ବେନାମୀ ନଗଦ ଚାନ୍ଦା ଗ୍ରହଣ କରିବାକୁ ଅନୁମତି ଦେଉଥିବା ଏକ ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ କରୁଛି।

ଆବେଦନରେ କୁହାଯାଇଛି ଯେ ସ୍ୱଚ୍ଛତାର ଅଭାବ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ ଦୁର୍ବଳ କରୁଛି। ଭୋଟରମାନଙ୍କୁ ଦାତା ଏବଂ ସେମାନଙ୍କର ଉଦ୍ଦେଶ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନାରୁ ବଞ୍ଚିତ କରୁଛି। ଏହା ସେମାନଙ୍କୁ ଭୋଟ ଦେବା ସମୟରେ ଯୁକ୍ତିଯୁକ୍ତ, ବିଚକ୍ଷଣ ଏବଂ ସୂଚିତ ନିଷ୍ପତ୍ତି ନେବାରୁ ବାଧା ଦିଏ।

ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆସୁଥିବା ଆବେଦନଗୁଡ଼ିକର ତାଲିକା ଅନୁଯାୟୀ, ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ଅଛି। କୋର୍ଟ ପୂର୍ବରୁ କେନ୍ଦ୍ର, ନିର୍ବାଚନ କମିଶନ ଏବଂ ଅନ୍ୟମାନଙ୍କ ନିକଟକୁ ଏହି ମାମଲାରେ ଜବାବ ମାଗି ନୋଟିସ୍ ଜାରି କରିଥିଲେ।

Tarun Tejpal case: ତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଖେମ ସିଂହ ଭାଟିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଅନୁରୋଧ କରାଯାଇଛି ଯେ ନିର୍ବାଚନ କମିସନଙ୍କୁ ରାଜନୈତିକ ଦଳର ପଞ୍ଜୀକରଣ ଏବଂ ନିର୍ବାଚନ ଚିହ୍ନ ଆବଣ୍ଟନ ପାଇଁ ଏକ ସର୍ତ୍ତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ଯେ କୌଣସି ରାଜନୈତିକ ଦଳ ନଗଦ ଆକାରରେ କୌଣସି ଦେୟ ଗ୍ରହଣ କରିପାରିବ ନାହିଁ।

ଆବେଦନରେ ଆୟକର ଆଇନ ୧୯୬୧ର ଧାରା ୧୩ଏର ଉପ-ଧାରା (ଡି)କୁ ଅସାମ୍ବିଧାନିକ ବୋଲି କୁହାଯାଇଛି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଏଥିରେ ସୁପ୍ରିମକୋର୍ଟଙ୍କ ୨୦୨୪ ମସିହାର ରାୟକୁ ମଧ୍ୟ ଉଲ୍ଲେଖ କରାଯାଇଛି ଯାହା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.