Job: ସାମସଙ୍ଗରେ ୧୦୦ ଅଧିକାରୀଙ୍କୁ ଛଟେଇ

1 week ago 8
ARTICLE AD BOX

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନି ସାମସଙ୍ଗ ଭାରତରେ ପ୍ରାୟ ୧୦୦ ଜଣ ଅଧିକାରୀଙ୍କୁ ଚାକିରିରୁ ଛଟେଇ କରିଛି। କମ୍ପାନିର ଟେଲିଭିଜନ୍‌ ଓ ଘରୋଇ ଉପକରଣ ବ୍ୟବସାୟରେ ଏହି ଛଟେଇ ହୋଇଛି। ଗତ କିଛି ଦିନ ହେବ କମ୍ପାନି କର୍ମଚାରୀଙ୍କୁ ନୋଟିସ୍‌ ପଠାଉଛି। କିଛି କର୍ମଚାରୀଙ୍କୁ ନୋଟିସ୍‌ ପିରିୟଡ୍‌ର ସୁଯୋଗ ନ ଦେଇ ଚାକିରି ଛାଡ଼ିବାକୁ କୁହାଯାଇଛି। 

କର୍ମଚାରୀଙ୍କୁ ନୋଟିସ୍‌ ପିରିୟଡ୍‌ ଶେଷ କରିବାର ସୁଯୋଗ ନଦେଇ ତୁରନ୍ତ ଚାକିରି ଛାଡ଼ିବାକୁ କୁହାଯାଇଥିବା ମଧ୍ୟ ଜଣାପଡ଼ିଛି। ନିର୍ଦ୍ଦେଶକ ସ୍ତରର ଅଧିକାରୀ, ଟିମ୍‌ ଲିଡର୍‌, ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀ, ଶାଖା ପ୍ରବନ୍ଧକ ଓ ଏରିଆ ମ୍ୟାନେଜର୍‌ ବର୍ଗ‌ରେ ଛଟେଇ ହୋଇଛି।

Fake job: ଚାକିରି ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ସୂଚନା ଅନୁସାରେ ଆଗାମୀ ଦିନରେ ସାମସଙ୍ଗର ଛଟେଇ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଏହାର ସେଲ୍‌ସ, ମାର୍କେଟିଂ ଓ ଇଲେକ୍ଟ୍ରୋନିକ୍ସ ବ୍ୟବସାୟରେ ୨୫ ପ୍ରତିଶତ ଛଟେଇ ହୋଇପାରେ। କେବଳ ଇଲେ‌କ୍ଟ୍ରୋନିକ୍ସ କାରବାର ପାଇଁ ୬୦୦ ପାଖାପାଖି ଅଧିକାରୀ କାମ କରୁଛନ୍ତି। ସେଥିରୁ ୧୫୦ ଜଣ ଚାକିରି ହରାଇବା ଆଶଙ୍କା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.