Jeypore robbery case କଦମଗୁଡ଼ା-ଜୟନ୍ତଗିରି ରାସ୍ତାରେ ଲୁଟ୍‌ ମାମଲା, ୩ ଗିରଫ

1 week ago 4
ARTICLE AD BOX

ଜୟପୁର(ଦେବାଶିଷ ସାହୁ):  ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଛୁରୀ ଓ ଖଣ୍ଡା ଆଦି ମାରଣାସ୍ତ୍ର ଦେଖାଇ ମୋବାଇଲ୍‌ ଓ ନଗଦ ଟଙ୍କା ଲୁଟ୍‌ ମାମଲାରେ ସଦର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ଖୋସଲା(୨୩), ସନ୍ତୋଷ କାଚିମ୍‌(୨୦) ଓ ଆକାଶ ଗୌଡ଼(୧୯)। 

Silver ornaments: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି: ଦମ୍ପତିଙ୍କ ସମେତ ୩ଗିରଫ

ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ଥାନା ଅଞ୍ଚଳର ବୈକୁଣ୍ଠନାଥ ସାହୁ(୪୮) ବିଭିନ୍ନ ଗାଁ ବୁଲି ନାଡ଼ି, ବିସ୍କୁଟ, ଚକୋଲେଟ୍‌ ଆଦି ସାମଗ୍ରୀ ବିକ୍ରି କରନ୍ତି। ୨୦୨୫ ଡିସେମ୍ବର ୨୨ ସୋମବାର ପ୍ରାୟ ୨ଟା ସମୟରେ ସେ ନିଜ ବାଇକ୍‌ରେ ସବୁଦିନ ଭଳି କଦମଗୁଡ଼ା ରାସ୍ତା ନିକଟରୁ ଜୟନ୍ତଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ସେମାନେ ଶ୍ରୀ ସାହୁଙ୍କ ବେକରେ ଛୁରୀ ଲଗାଇ ଓ ଖଣ୍ଡା ଦେଖାଇ ଭୟଭୀତ କରି ନିକଟରୁ ଏକ ମୋବାଇଲ ଓ ବ୍ୟବସାୟର ନଗଦ ୪ ହଜାର ଟଙ୍କା ନେଇଯାଇଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ଆସିବାରୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣାର ପରଦିନ ଶ୍ରୀ ସାହୁ ଏନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ୍‌ ନଂ ୩୯୫/୨୦୨୫ରେ ମାମଲା ରୁଜୁ କରିଥିଲା। ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅମିୟ ରଞ୍ଜନ ସାଗରିଆ ମାମଲାର ତଦନ୍ତ ଭାର ନେଇଥିଲେ। ପୁଲିସ ଗୁଇନ୍ଦା ସୂଚନା ଆଧାରରେ ତଦନ୍ତ ଆଗକୁ ବଢ଼ାଇଥିଲା। ଏସ୍‌ଆଇ ଶ୍ରୀ ସାଗରିଆଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ବୁଧବାର ଭୋର ପ୍ରାୟ ୩ଟା ସମୟରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

Loot: ଥାନାଠାରୁ ୧୦୦ ମିଟର ଦୂରରେ ସଶସ୍ତ୍ର ଡକାୟତି: ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍ ଅଭିଯୋଗ

ବୁଧବାର ତିନି ଅଭିଯୁକ୍ତଙ୍କୁ ଜୟପୁର ଏସ୍‌ଡିଜେଏମ୍‌ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜୟପୁର ଉପକାରାଗାରକୁ ପଠାଇ ଦିଆଯାଇଛି ବୋଲି ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.