Japan: ଜାପାନ ଖଟାଇବ ୬୭,୦୦୦ କୋଟି: ୩ ପ୍ରକଳ୍ପ ପାଇଁ ୨ ସଂସ୍ଥା ସହ ରାଜିନାମା

1 month ago 13
ARTICLE AD BOX

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଜାପାନର ଆଇଏଚ୍‌ଆଇ କର୍ପୋରେସନ୍‌ ଓ ଏସିଏମ୍‌ଇ ଗ୍ରୁପ୍‌ ସହିତ ସହଯୋଗପତ୍ର (ଏମ୍‌ଓସି) ସ୍ବାକ୍ଷର କରିଛନ୍ତି। ଏହି ଦୁଇ ସଂସ୍ଥା ପାରାଦୀପ ଓ ଗୋପାଳପୁରରେ ୩ଟି ପ୍ରକଳ୍ପରେ ୬୭,୦୦୦ କୋଟି ଟଙ୍କା ନିବେଶ କରିବେ, ଯାହାଫଳରେ ରାଜ୍ୟରେ ୭,୬୦୦ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। ବୁଝାମଣା ଅନୁସାରେ ୨୦ ହଜାର କୋଟି ଟଙ୍କା ନିବେଶରେ ଗୋପାଳପୁରରେ ୦.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସହ ଏକ ଜେଟିବିହୀନ ଭାସମାନ ଟର୍ମିନାଲ୍‌ ଭିତ୍ତିଭୂମି ସୃଷ୍ଟି କରିବାକୁ ଅତିରିକ୍ତ ୧୦୦୦ କୋଟି ଟଙ୍କା ନିବେଶ କରାଯିବ। ସେହିପରି ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରିନ୍ ଆମୋନିଆ ପ୍ରକଳ୍ପ ଓ ୧୨,୦୦୦ କୋଟି ଟଙ୍କା ନିବେଶରେ ୦.୧ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରିନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ।

Japan: ୩ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚୀ

୩ ପ୍ରକଳ୍ପ ପାଇଁ ୨ ସଂସ୍ଥା ସହ ରାଜିନାମା
ପାରାଦୀପ, କେନ୍ଦ୍ରାପଡ଼ା, ଗୋପାଳପୁରରେ ୨ଟି ସବୁଜ ଶିଳ୍ପ କରିଡର୍‌
ଓଡ଼ିଶା ହେବ ଗ୍ଲୋବାଲ୍‌ ଗ୍ରିନ୍‌ ହବ୍‌: ମୁଖ୍ୟମନ୍ତ୍ରୀ

ଜାପାନର ଶିଳ୍ପ ତଥା ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା କରି ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରିନ୍ ହବ୍’ରେ ପରିଣତ କରାଯିବ‌ ବୋଲି କହିଥିଲେ। ସେ କହିଲେ, ଗତକାଲି ମଧ୍ୟପ୍ରାଚ୍ୟ ନିବେଶକଙ୍କ ସହିତ ୧୧ ବିଲିୟନ୍‌ ଡଲାରର ଚୁକ୍ତି ହୋଇଥିଲା। ଆଜି ଜାପାନ ସହିତ ହୋଇଥିବା ବୁଝାମଣା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ବଳ କରିଛି। ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କା ନିବେଶ ଓ ୩୬ ହଜାର ନିଯୁକ୍ତି ସମ୍ଭାବନା ଥିବା ୧୨ଟି ପ୍ରମୁଖ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିସାରିଛି। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର୍‌ ବିକାଶ କରାଯାଉଛି। ବିଗତ ଦେଢ଼ ବର୍ଷରେ ୧୦ ଲକ୍ଷ କୋଟିରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୨୯ଟି ଜିଲ୍ଲାରେ ଶିଳ୍ପାୟନ ତ୍ବରାନ୍ବିତ ହୋଇଛି। ଆଗାମୀ ଦିନରେ ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ ହେବ ବୋଲି ସେ କହିଥିଲେ। ଏଥି ସହିତ ଆଇଏଚ୍‌ଆଇ କର୍ପୋରେସନ୍‌କୁ ରାଜ୍ୟରେ ଏକ ଜାପାନୀ ଗ୍ରିନ୍ ଇଞ୍ଜିନିୟରିଂ, ଇନୋଭେସନ୍ ସେଣ୍ଟର ଏବଂ ମିତ୍‌ସୁବିସି କର୍ପୋରେସନ୍‌କୁ ଗ୍ରିନ୍ କେମିକାଲ୍‌ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଥିଲେ। 

Japan Earthquake: ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଥରିଲା ଜାପାନ: ଇୱାଟେରେ ୬.୧ ତୀବ୍ରତାଯୁକ୍ତ ଭୂମିକମ୍ପ

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ଏମ୍‌ଡି ଆବୋଲି ସୁନୀଲ ନରଭାଣେ, ଆଇଏଚ୍‌ଆଇ କର୍ପୋରେସନ୍‌ର ସିଇଓ ହିରୋସି ଇଦେ, ଏସିଏମ୍‌ଇ ଗ୍ରୁପ୍‌ର ସିଏମ୍‌ଡି ମନୋଜ କୁମାର ଉପାଧ୍ୟାୟ ଏବଂ ଜାପାନୀ କମ୍ପାନି ଟିଆର୍‌ଏଲ୍‌ କ୍ରୋସାକି, ଟିୱାଇକେ କର୍ପୋରେସନ୍‌, ଇଣ୍ଡୋ ନିସିନ୍‌ ଓ ମିତ୍‌ସୁବିସ, ବିଶ୍ୱବ୍ୟାଙ୍କ, ଅନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫ୍‌ସି) ଓ ଏସିଆନ୍‌ ଡେଭଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.