ARTICLE AD BOX
କୁମାମୋତୋ: ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଅର୍ଜୁନ ଏମ୍ଆର୍ ଓ ହରିହରନ ଆମ୍ସାକରୁନାନ୍ ଚଳିତ ଜାପାନ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ପୂର୍ବତନ ବିଶ୍ବ ବିଜେତା ଯୋଡ଼ି ମାଲେସିଆର ଆରୋନ ଚିଆ ଓ ସୋ ଉଇ ୟିକ୍ଙ୍କୁ ବିଦାୟର ରାସ୍ତା ଦେଖାଇଛନ୍ତି। ମଙ୍ଗଳବାର ଏହି ଭାରତୀୟ ଯୋଡ଼ି ବିପକ୍ଷ ରାଉଣ୍ଡ-୩୨ ମୁକାବିଲାରେ ମାଲେସିଆ ଯୋଡ଼ି ୬-୧୧ରେ ପଛରେ ଥିଲା ବେଳେ ଓହରି ଯାଇଥିଲେ। ଫଳରେ ହରିହରନ ଓ ଅର୍ଜୁନ ସହଜରେ ରାଉଣ୍ଡ-୧୬ ସ୍ଥାନ ନିଶ୍ଚିତ କରିଥିଲେ।
ରାଉଣ୍ଡ-୧୬ ସ୍ଥାନ ନିଶ୍ଚିତ
ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୭, ୨୧-୧୪ରେ ଜାପାନର ହିନାତା ସୁଜୁକି ଓ ନାଓ ୟାମାକିତାଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ରାଧିକ ଶର୍ମା ୧୬-୨୧, ୧୫-୨୧ରେ ଆମେରିକାର ଚେନ୍ ଝି ୟି ଓ ଫ୍ରାନ୍ସେସ୍କା କର୍ବେଟଙ୍କଠୁ ହାରି ବିଦାୟ ନେଇଛନ୍ତି।

2 days ago
3


