Jan Nayagan: 'ଜନ ନାୟଗନ୍' ବିଜୟଙ୍କ ଶେଷ ଫିଲ୍ମ ନୁହେଁ, ପ୍ରଥମ: ନିର୍ଦ୍ଦେଶକ ଏଚ୍. ବିନୋଦ

1 week ago 9
ARTICLE AD BOX

ଚେନ୍ନାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ୍’ ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ରହିଛି। ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ଏଚ୍. ବିନୋଦଙ୍କ ଏକ ବୟାନ ରାଜନୈତିକ ଓ ସିନେମା ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସେ କହିଛନ୍ତି, ‘ଜନ ନାୟାଗନ୍’କୁ ବିଜୟଙ୍କ ଶେଷ ଫିଲ୍ମ ଭାବେ ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପ୍ରଥମ ଫିଲ୍ମ ଭାବେ ଦେଖିବା ଉଚିତ।

ଏକ ସାକ୍ଷାତକାରରେ ବିନୋଦ କହିଛନ୍ତି ଯେ ଏହା କେବଳ ଏକ ବାଣିଜ୍ୟିକ ମସଲା ଫିଲ୍ମ ନୁହେଁ, ବରଂ ଗଣତନ୍ତ୍ର, ଶାସନ ବ୍ୟବସ୍ଥା ଓ ରାଜନୀତିକୁ କେନ୍ଦ୍ର କରି ନିର୍ମିତ ଏକ ଗଭୀର କାହାଣୀ। ତାଙ୍କ କହିବାନୁସାରେ, ଫିଲ୍ମଟି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚାହୁଁଥିବା ଶକ୍ତି ଏବଂ ଏହାକୁ ସୁରକ୍ଷା ଦେଉଥିବା ଲୋକଙ୍କ ମଧ୍ୟର ସଂଘର୍ଷକୁ ଉପସ୍ଥାପନ କରିଛି। ଏହା ମୁକ୍ତିଲାଭ ପରେ ଏକ ବଡ଼ ରାଜନୈତିକ ବିତର୍କ ସୃଷ୍ଟି କରିପାରେ ବୋଲି ସେ ଦାବି କରିଛନ୍ତି। ବିନୋଦ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟାର ଏହି ଫିଲ୍ମର ପ୍ରାୟ ୩୦ ମିନିଟ୍ ଅଂଶ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ଚିନ୍ତା କରିବାକୁ ବାଧ୍ୟ କରିବ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଏହି କାହାଣୀ ପ୍ରଥମେ ଅନ୍ୟ ଜଣେ ପ୍ରମୁଖ ଅଭିନେତାଙ୍କୁ ଶୁଣାଯାଇଥିଲା। କିନ୍ତୁ ଏହା ରାଜନୈତିକ କାହାଣୀ ବୋଲି ଜାଣିବା ପରେ ସେହି ଅଭିନେତା ଫିଲ୍ମ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ।

Sahiba Bali: ଚର୍ଚ୍ଚାରେ ସାହିବା ବାଲୀ

ନିର୍ଦ୍ଦେଶକଙ୍କ ମତରେ, ‘ଜନ ନାୟାଗନ୍’ କେବଳ ରାଜନୀତିକୁ ନୁହେଁ, ବରଂ ଡ୍ରୋନ୍‌, ଆଧୁନିକ ଅସ୍ତ୍ରଶସ୍ତ୍ର ଓ ନୂତନ ପ୍ରଯୁକ୍ତି ଆଧାରିତ ଯୁଦ୍ଧର ବାସ୍ତବ ଚିତ୍ରକୁ ମଧ୍ୟ ପରଦାରେ ଉପସ୍ଥାପନ କରିବ। ସେ ୟୁକ୍ରେନ ଯୁଦ୍ଧ ଓ ଇରାନ-ଆମେରିକା ଉତ୍ତେଜନାକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି। ଫିଲ୍ମର ମୁକ୍ତିଲାଭକୁ ନେଇ ସେ ନିଜେ ମଧ୍ୟ ଉଦ୍ବେଗରେ ଥିବା କହିଛନ୍ତି। ତାଙ୍କ କହିବାନୁସାରେ, ଫିଲ୍ମଟିର ମୁକ୍ତିଲାଭ ଅନେକ ଥର ସ୍ଥଗିତ ହୋଇଛି ଏବଂ ବର୍ତ୍ତମାନ ଏହା ଏକ ସମ୍ବେଦନଶୀଳ ପରିସ୍ଥିତିରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଫିଲ୍ମକୁ ‘ଏ’ ସାର୍ଟିଫିକେଟ୍ ମିଳିଥିବାରୁ ୧୮ ବର୍ଷରୁ କମ୍ ବୟସର ଦର୍ଶକ ଦେଖିପାରିବେ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।

ବିନୋଦ ଦାବି କରିଛନ୍ତି ଯେ ‘ଜନ ନାୟାଗନ୍’ ଏଭଳି ଏକ ଚଳଚ୍ଚିତ୍ର, ଯାହାର ବିଷୟବସ୍ତୁ ୧୦, ୨୦ କିମ୍ବା ୩୦ ବର୍ଷ ପରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ରହିବ। ଉଲ୍ଲେଖଯୋଗ୍ୟ, ଫିଲ୍ମରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ, ପ୍ରକାଶ ରାଜ, ଗୌତମ ବାସୁଦେବ ମେନନ୍‌, ପ୍ରିୟମଣି ଓ ନାରାୟଣ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ୨୩ ଜୁଲାଇରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.