ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତାଙ୍କ ୩ ରାଷ୍ଟ୍ର ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ଇଣ୍ଡୋନେସିଆ ପହଞ୍ଚିଛନ୍ତି। ଜାକର୍ତାରେ ପହଞ୍ଚିବାପରେ ମୋଦୀଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିୟାନ୍ତୋ ଓ ଅନ୍ୟ ୪ ମନ୍ତ୍ରୀ ସ୍ବାଗତ କରିଥିଲେ। ଅନ୍ୟପକ୍ଷେ ମୋଦୀଙ୍କ ସ୍ବତନ୍ତ୍ର ବିମାନ ଆଜି ଇଣ୍ଡୋନେସିଆ ବାୟୁସୀମାରେ ପ୍ରବେଶ କରିବାପରେ ଏହାକୁ ଏଫ୍-୧୬ ଓ ଏସ୍ୟୁ-୩୦ ଯୁଦ୍ଧ ବିମାନ ସ୍ବତନ୍ତ୍ର ସୁରକ୍ଷା ମାଧ୍ୟମରେ ସ୍ବାଗତ କରି ପାଛୋଟି ନେଇଥିଲେ। ଏହି ଗସ୍ତ ଅବସରରେ ମୋଦୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ।
ଆହୁରି ପଢନ୍ତୁ: RamTemple: ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟ ଗଲେ, ବଜରଙ୍ଗ ବାଗ୍ରା ଆସିଲେ
ମୋଦୀ ମଧ୍ୟ ଇଣ୍ଡୋନେସିଆରେ ପହଞ୍ଚିବା ନେଇ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ମୋଦୀ କହିଛନ୍ତି, ଜାକର୍ତାରେ ପହଞ୍ଚିଲି। ରାଷ୍ଟ୍ରପତି ପ୍ରବୋବୋ ସୁବିୟାନ୍ତୋ ଯେଉଁଭଳି ମୋତେ ବିମାନବନ୍ଦରରେ ସ୍ବାଗତ କଲେ ତାହା ମୋତେ ଅଭିଭୂତ କରିଛି। ୨୦୧୮ରେ ଆମେ ଆମ ସମ୍ପର୍କକୁ ଏକ ବିସ୍ତୃତ ରଣନୈତିକ ସହଭାଗିତାକୁ ବୃଦ୍ଧି କରିଥିଲୁ। ଏହା ଆମ ଲୋକଙ୍କୁ ଉପକୃତ କରିଛି। ଏହି ଗସ୍ତ ଅବସରରେ ଆମେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବୁ ବୋଲି ମୋଦୀ କହିଛନ୍ତି। ଇଣ୍ଡୋନେସିଆରେ ମୋଦୀ ଜୁଲାଇ ୬ରୁ ୮ ପର୍ଯ୍ୟନ୍ତ ରହିବେ। ରାଷ୍ଟ୍ରପତି ପ୍ରବୋବୋଙ୍କ ନିମନ୍ତ୍ରଣ କ୍ରମେ ସେ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ତେବେ ଇଣ୍ଡୋନେସିଆକୁ ଏହା ମୋଦୀଙ୍କର ଚତୁର୍ଥ ଗସ୍ତ। ଏହାପରେ ମୋଦୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ କରିବେ।
ଆହୁରି ପଢନ୍ତୁ: Kolkata:ଇସିଙ୍କ ନିକଟରେ ଜବାବ ଦାଖଲ କଲେ ମମତାଙ୍କ ଗୋଷ୍ଠୀ
ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ମୋଦୀ ଅଷ୍ଟ୍ରେଲିଆ ଗସ୍ତ କରିବେ। ଏହି ଗସ୍ତ ଅବସରରେ ସେ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜଙ୍କୁ ଭେଟିବେ। ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ରଣନୈତିକ ସହଭାଗିତା ବୃଦ୍ଧି ଉପରେ କଥାବାର୍ତ୍ତା ସମୟରେ ଫୋକସ୍ ରହିବ। ମୋଦୀ ନ୍ୟୁଜିଲାଣ୍ଡରେ ତାଙ୍କ ଗସ୍ତ ଶେଷ କରିବେ। ଅକଲାଣ୍ଡ୍ରେ ସେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରିଷ୍ଟୋପର ଲକ୍ସନଙ୍କୁ ଭେଟିବେ। ୬ ଦିନର ଗସ୍ତ ଅବସରରେ ମୋଦୀ ଭାରତର ‘ମହାସାଗର’ ଭିଜନ୍କୁ ଆଗକୁ ନେବା ପାଇଁ ଆଶା ରଖିଛନ୍ତି ।

4 weeks ago
13


