Jaiswal And Fernando: ଜୟସ୍ବାଲା-ଫର୍ଣ୍ଣାଣ୍ଡୋ ମଧ୍ୟ‌ରେ ବାକ୍‌ଯୁଦ୍ଧ

3 weeks ago 7
ARTICLE AD BOX

କଲମ୍ବୋ:କଲମ୍ବୋରେ ରବିବାର ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ଓ ଶ୍ରୀଲଙ୍କା ବୋଲର ଅସିତ ଫର୍ଣ୍ଣାଣ୍ଡୋ ମଧ୍ୟରେ ବାକ୍‌ଯୁଦ୍ଦ ଦେଖିବାକୁ ମିଳିଛି। ଜୟସ୍ବାଲଙ୍କୁ ଫର୍ଣ୍ଣାଣ୍ଡୋ ଆଉଟ୍‌ କରିବା ପରେ ୧୭ତମ ଓଭରରେ ଏହି ଅଘଟଣ ଘଟିଥିଲା। ଫର୍ଣ୍ଣାଣ୍ଡୋଙ୍କ ଏହି ଓଭରରେ ୩ଟି ଚୌକା ମାରିବା ପରେ ଜୟସ୍ବାଲ ଆଉଟ୍‌ ହୋଇଥିଲେ।

ଫର୍ଣ୍ଣାଣ୍ଡୋ ଆଙ୍ଗୁଠି ଦେଖାଇଥିଲେ

ଜୟସ୍ବାଲ ପ୍ୟାଭିଲିୟନ୍‌ ଯାଉଥିବା ବେ‌ଳେ ଫର୍ଣ୍ଣାଣ୍ଡୋ ତାଙ୍କୁ ଆଙ୍ଗୁଠି ଦେଖାଇଥିଲେ। ଏଥିରେ ଜୟସ୍ବାଲ ଉତ୍‌କ୍ଷୀପ୍ତ ହୋଇ ଫର୍ଣ୍ଣାଣ୍ଡୋଙ୍କ ପାଖକୁ ମାଡ଼ି ଯାଇ ମୁହାଁମୁହିଁ ହୋଇଥିଲେ। ଏପରକି ହେଲ୍‌ମେଟ୍‌ ଫର୍ଣ୍ଣାଣ୍ଡୋଙ୍କ ମୁହଁରେ ଲଗାଇବାକୁ ଯାଉଥିଲା ବେଳେ ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭା ଏଥିରେ ହସ୍ତକ୍ଷେକ କରି ଉଭୟଙ୍କୁ ଅଲଗା କରିଥିଲେ। ଏହାପରେ ଜୟସ୍ବାଲ ପ୍ୟାଭିଲିୟନ୍‌ ଫେରିଥିଲେ। ଆଉଟ୍‌ ହେବା ବେଳକୁ ଜୟସ୍ବାଲ ୯ ଚୌକା ସହ ୫୩ ବଲ୍‌ରୁ ୪୫ ରନ୍‌ କରିଥିଲେ। ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ନିରୋଶାନ ଡିକ୍‌ୱାଲା ବ୍ୟାଟିଂ କରୁଥିଲା ବେଳେ ଜୟସ୍ବାଲ ସ୍ଲେଜିଂ କରି ଚର୍ଚ୍ଚାରେ ରହିଥିଲେ।

German: ବେୟର୍ନ ମୁନିକ୍‌ ଜିତିଲା ଜର୍ମାନ ସୁପରକପ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.