ARTICLE AD BOX
ଅନୁଗୁଳ ଜିଲ୍ଲାରେ ଘଟିଯାଇଛି ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଓଲଟି ପଡ଼ିଛି ଓଡିଶା ରାଜ୍ୟ ସଡକ ପରିବହନର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୨୪ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
/sambad/media/media_files/2026/07/21/hhjh-2026-07-21-09-12-15.png)
କଣିହାଁ: ଅନୁଗୁଳ ଜିଲ୍ଲାରେ ଘଟିଯାଇଛି ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଓଲଟି ପଡ଼ିଛି ଓଡିଶା ରାଜ୍ୟ ସଡକ ପରିବହନର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୨୪ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ମୁତାବକ, ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ଟି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ତେବେ ୧୪୯ ନମ୍ବର ଜାତୀୟ ରାଜପଥରେ, ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବୁରୁକୁନା ଛକ ନିକଟରେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ପହଁଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ | ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଅତ୍ୟନ୍ତ ଗୁରୁତର ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
9


