Jagadguru Kripalu University: ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

2 days ago 1
ARTICLE AD BOX

କଟକ : କଟକଠାରେ ଅବସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍‌ଘାଟନ ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବେ । ଏହି ଗୌରବମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ଅତିଥିମାନେ ଯୋଗଦେବେ ।

Landslides in Kerala, କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ

ପ୍ରାୟ ୧୦୦ ଏକର ପରିସରରେ ସ୍ଥାପିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଆନ୍ତର୍ଜାତୀୟ ମାନର ବହୁବିଷୟକ ଉଚ୍ଚଶିକ୍ଷା ପ୍ରଦାନ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏଠାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଧୁନିକ ଶିକ୍ଷା ସହ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ, ନେତୃତ୍ୱ ଓ ସମାଜସେବାର ଚେତନାକୁ ସମାନ ଗୁରୁତ୍ୱ ଦିଆଯିବ । ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ପରିଚାଳନା, କମ୍ପ୍ୟୁଟର ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ନେଚରୋପାଥି ଭଳି ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମ ଆରମ୍ଭ ହୋଇଛି ।

ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦିବ୍ୟ ପ୍ରେରଣା ଏବଂ ତାଙ୍କର ବରିଷ୍ଠ ଶିଷ୍ୟ ତଥା ଆଇ.ଆଇ.ଟି ଦିଲ୍ଲୀ ଓ ଆଇ.ଆଇ.ଏମ କଲିକତାର ପୂର୍ବତନ ଛାତ୍ର ଏବଂ ଅନେକ ବେଷ୍ଟସେଲର୍ ପୁସ୍ତକର ଲେଖକ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି । ଓଡ଼ିଶାରେ ଉଚ୍ଚଶିକ୍ଷାର ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଫଳଶ୍ରୁତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.