IVF: ଉନ୍ନତ ପ୍ରଣାଳୀ ଯୋଗୁଁ ଆଇଭିଏଫ୍‌ ଏବେ ଯନ୍ତ୍ରଣାମୁକ୍ତ ହୋଇପାରିଛି

1 week ago 10
ARTICLE AD BOX

‌ ସ୍ୱାସ୍ଥ୍ୟ ଅବସ୍ଥା ଓ ବୟସ ଅନୁଯାୟୀ ଆଇଭିଏଫ୍‌ ସଫଳ ହେବାର ସମ୍ଭାବନା କେତେ?
ଆଇଭିଏଫ୍‌ ବା ଇନ୍‌-ଭିଟ୍ରୋଫର୍ଟିଲାଇଜେସନ୍‌ ହେଉଛି ଏକ ଉନ୍ନତ ପ୍ରଜନନ ଚିକିତ୍ସା ପଦ୍ଧତି। ଯେଉଁ ଦମ୍ପତିମାନଙ୍କର ସାଧାରଣ ଫର୍ଟିଲାଇଜେସନ୍‌ ଚିକିତ୍ସା ବିଫଳ ହୋଇଥାଏ କିମ୍ବା ଯେଉଁମାନଙ୍କର ପ୍ରାକୃତିକ ଭାବେ ଗର୍ଭଧାରଣ ସମ୍ଭବ ହୋଇ ନଥାଏ, ସେମାନଙ୍କ ପାଇଁ ଏହା ବରଦାନ ଭଳି। ଫାଲୋପିଆନ୍‌ ଟ୍ୟୁବ୍‌ ବ୍ଲକ୍‌ ଥିଲେ, ଶୁକ୍ରାଣୁ ସଂଖ୍ୟା ଅତ୍ୟନ୍ତ କମ୍‌ ଥିଲେ, ମହିଳାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିଲେ, ଅନିୟମିତ ମାସିକ ସମସ୍ୟା ଥିଲେ, ଏଣ୍ଡୋମେଟ୍ରିଓସିସ୍ କିମ୍ବା ପୁରୁଷଜନିତ ସମସ୍ୟା ଥିଲେ ଏହି ପ୍ରଣାଳୀ ଗ୍ରହଣ କରାଯାଇପାରିବ। ଏହାର ସଫଳତା ହାର ସମସ୍ତଙ୍କ ପାଇଁ ଏକା ପ୍ରକାର ନୁହେଁ।

BoB: ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିଷ୍ଠା ଦିବସ

‌ ଆଇଭିଏଫ୍‌ ପ୍ରକ୍ରିୟାରେ କେତେ ସମୟ ଲାଗିଥାଏ ଓ ଏହି ସମୟ ମଧ୍ୟରେ କେଉଁ କେଉଁ ପର୍ଯ୍ୟାୟ ରହିଛି?
ଏହା ବିଭିନ୍ନ ପର୍ଯ୍ୟାୟରେ ହେଉଥିବାରୁ ୨ରୁ ୩ ମାସ ସମୟ ଲାଗିଥାଏ। ଓଭେରିଆନ୍‌ ଷ୍ଟିମୁଲେସନ୍‌ରେ ପ୍ରାୟ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଓଭାରିରେ ଅଣ୍ଡା ବା ଫଲିକଲ୍ସ୍‌ ବିକଶିତ ହେବାପାଇଁ ହରମୋନ୍‌ ଇଞ୍ଜେକ୍ସନ୍‌ ଦିଆଯାଏ। ଏହାପରେ ଛୋଟ ଜେନେରାଲ୍‌ ଆନାସ୍ଥେସିଆ ମାଧ୍ୟମରେ ଅଣ୍ଡାକୁ ବାହାର କରାଯାଇ ଲାବୋରେଟୋରିରେ ଶୁକ୍ରାଣୁ ସହିତ ମିଶାଇ ଏମ୍ବ୍ରୋଏ ବା ଭ୍ରୂଣ ପ୍ରସ୍ତୁତ କରାଯାଏ। ଏହାପରେ ଲାବ୍‌ରେ ଭ୍ରୁଣ ତିଆରି ହେଲା ପରେ ଏହାକୁ ମହିଳାଙ୍କ ଜରାୟୁରେ ସ୍ଥାପନ କରାଯାଏ।    

‌ ଆଇଭିଏଫ୍ ଚିକିତ୍ସାରେ କିଛି ବିପଦ ରହିଛି କି?
ଆଜିକାଲି ଉନ୍ନତ ପ୍ରଣାଳୀ ଓ ଅତ୍ୟାଧୁନିକ ଔଷଧ ଯୋଗଁୁ ଆଇଭିଏଫ୍‌ ଏବେ ରୋଗୀ-ଅନୁକୂଳ ଓ ଯନ୍ତ୍ରଣାମୁକ୍ତ ହୋଇପାରିଛି। ଇଞ୍ଜେକ୍ସନ୍‌ଗୁଡ଼ିକ ଅତି କ୍ଷୁଦ୍ର ହୋଇଥିବାରୁ ଏଥିରେ ବେଶି ଯନ୍ତ୍ରଣା ହୁଏ ନାହିଁ। ଏହା ସହିତ ମହିଳାମାନେ ନିଜର ଦୈନନ୍ଦିନ କାର୍ଯ୍ୟ ବା ଚାକିରି ଜାରି ରଖିପା‌ରିବେ।

‌ ଏହି ପ୍ରକ୍ରିୟାରେ ଶରୀରରେ କିଛି ଲକ୍ଷଣଗତ ପରିବର୍ତ୍ତନ ଦେଖାଯାଏ କି?
ଇଞ୍ଜେକ୍ସନ୍ କାରଣରୁ ମହିଳାଙ୍କ ଶରୀର ଭିତରେ ହରମୋନ୍‌ ସ୍ତର ବୃଦ୍ଧି ପାଇବାକୁ ଲାଗେ। ଏହି ସମୟରେ କେତେକଙ୍କୁ ସାମାନ୍ୟ ବାନ୍ତି ଲାଗିବା, ସାମାନ୍ୟ ସ୍ତନ ଯନ୍ତ୍ରଣା ଓ ହାଲୁକା ପେଟବିନ୍ଧା ଭଳି ଲକ୍ଷଣ ଦେଖାଯାଏ। ସାଧାରଣ ବିଶ୍ରାମ, ଅଧିକ ପାଣି ପିଇବା ଓ ନିଜର ଯତ୍ନ ନେବା ଦ୍ୱାରା ସହଜରେ ଏହାର ପରିଚାଳନା କରାଯାଇପାରିବ।

Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

‌ ଯଦି ପ୍ରଥମ ଥର ଆଇଭିଏଫ୍‌ ବିଫଳ ହୁଏ, ତେବେ ପରବର୍ତ୍ତୀ ପଦକ୍ଷେପ ସବୁ କ’ଣ ହୋଇଥାଏ?
ଗୋଟିଏ ଆଇଭିଏଫ୍ ଚକ୍ର ବିଫଳ ହେବା ଯାତ୍ରାର ଶେଷ ନୁହେଁ। ବିଶ୍ୱବ୍ୟାପୀ ଏହାର ସଫଳତା ହାର ପ୍ରାୟ ୬୦ରୁ ୭୦ ପ୍ରତିଶତ ରହିଥାଏ। ପ୍ରଥମ ଚକ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି ଡାକ୍ତରମାନେ ପରବର୍ତ୍ତୀ ଚକ୍ର ପାଇଁ ଅଧିକ ଉନ୍ନତ ପ୍ରୋଟୋକଲ୍ ଓ ପିଜିଟି ପରି ଟେକ୍ନୋଲୋଜି ବ୍ୟବହାର କରି ସଫଳତା ହାସଲ କରିଥାଆନ୍ତି।

ଡାକ୍ତର ଗାୟତ୍ରୀ ଶତପଥୀ
ଫର୍ଟିଲିଟି କନ୍‌ସଲ୍‌ଟାଣ୍ଟ୍‌
ନୋଭା ଆଇଭିଏଫ୍ ଫର୍ଟିଲିଟି, ଭୁବନେଶ୍ବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.