isro recruitment: ଇସ୍ରୋରେ ଚାକିରି ସୁଯୋଗ; ୧୦ମ ପାସ ପ୍ରାର୍ଥୀ ବି କରିପାରିବେ ଆବେଦନ

2 days ago 2
ARTICLE AD BOX

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ୧୦ମ ଏବଂ ଆଶାୟୀ  ପ୍ରାର୍ଥୀଙ୍କ ପାଇଁ ଇସ୍ରୋରେ ଚାକିରି ପାଇବାର ସୁଯୋଗ ରହିଛି। ଇସ୍ରୋର ୟୁନିଟ୍ ଇସ୍ରୋ ପ୍ରୋପଲ୍ସନ୍ କମ୍ପ୍ଲେକ୍ସ , ମହେନ୍ଦ୍ରଗିରି, ତାମିଲନାଡୁ ବିଭିନ୍ନ ପଦବୀ ପାଇଁ ଆବେଦନ ଘୋଷଣା କରିଛି।ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିକାଲ୍ ଆସିଷ୍ଟାଣ୍ଟ, ଟେକ୍ନିସିଆନ୍-ବି, କୁକ୍-ଏଏବଂଫାୟାରମ୍ୟାନ୍-ଏର ମୋଟ ୨୨ଟି ପଦବି ପୂରଣ କରାଯିବ। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହେବ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆଇପିଆରସିର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ବିଶେଷ କଥା ହେଉଛି, ଟେକ୍ନିସିଆନ୍, କୁକ୍ ଏବଂ ଫାୟାରମ୍ୟାନ୍‌ର କିଛି ପଦବି ପାଇଁ ୧୦ମ ପାସ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

କେଉଁ ପଦବିରେ କେତେ ଅଛି ଖାଲି ପଦ?

ଆଇପିଆରସି ନିଯୁକ୍ତିରେ ମୋଟ ୨୨ଟି ପଦବି ରହିଛି

  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ: ୫ଟି ପଦବି

  • ଟେକ୍ନିସିଆନ୍-ବି: ୧୩ଟି ପଦବି

  • କୁକ୍-ଏ: ୧ଟି ପଦବି

  • ଫାୟାରମ୍ୟାନ୍-ଏ: ୩ଟି ପଦବି

ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବିଗୁଡ଼ିକ ଅଟୋମୋବାଇଲ୍, ମେକାନିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସହିତ ଜଡ଼ିତ।ଟେକ୍ନିସିଆନ୍-ବି ପଦବିରେ ଫିଟର୍, ମେସିନିଷ୍ଟ, ଟର୍ନର୍, ୱେଲ୍ଡର୍, ଇଲେକ୍ଟ୍ରିସିଆନ୍ ଏବଂ ରେଫ୍ରିଜେରେସନ୍ ଆଣ୍ଡ ଏୟାର କଣ୍ଡିସନିଂ ଟ୍ରେଡ୍ ସାମିଲ ରହିଛି।

୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ କ'ଣ ଯୋଗ୍ୟତା?

ଟେକ୍ନିସିଆନ୍-ବି ପଦବି ପାଇଁ ପ୍ରାର୍ଥୀ ୧୦ମ ପାସ୍ ହୋଇଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ଏବଂ ଏନସିଭିଟି ଦ୍ୱାରା ମାନ୍ୟତାପ୍ରାପ୍ତ ଏନଟିସିକିମ୍ବାଏନଏନସି ସାର୍ଟିଫିକେଟ୍ ଥିବା ଦରକାର।

କୁକ୍-ଏ ପଦବି ପାଇଁ ୧୦ମ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ କୌଣସି ମାନ୍ୟତାପ୍ରାପ୍ତ ହୋଟେଲ୍ କିମ୍ବା କ୍ୟାଣ୍ଟିନ୍‌ରେ କୁକ୍ ଭାବେ ଅତି କମରେ ୫ ବର୍ଷର ଅଭିଜ୍ଞତା ଆବଶ୍ୟକ।

ଫାୟାରମ୍ୟାନ୍-ଏ ପଦବି ପାଇଁ ୧୦ମ ପାସ୍ ହେବା ସହିତ ନିର୍ଦ୍ଧାରିତ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଅନ୍ୟପକ୍ଷରେ, ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବି ପାଇଁ ସମ୍ପୃକ୍ତ ଇଞ୍ଜିନିୟରିଂ ଡିସିପ୍ଲିନ୍‌ରେ ଫର୍ଷ୍ଟ କ୍ଲାସ୍ ଡିପ୍ଲୋମା ଆବଶ୍ୟକ।

୧.୪୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଦରମା

ଚୟନିତ ପ୍ରାର୍ଥୀମାନଙ୍କୁ ପଦବୀ ଅନୁଯାୟୀ ଭିନ୍ନ ପେ ଲେଭେଲ୍‌ରେ ଦରମା ମିଳିବ।

  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ: ପେ ଲେଭେଲ୍-୭ — ୪୪,୯୦୦ରୁ ୧,୪୨,୪୦୦ଟଙ୍କା

  • ଟେକ୍ନିସିଆନ୍-ବି: ପେ ଲେଭେଲ୍-୩ — ୨୧,୭୦୦ରୁ ୬୯,୧୦୦ଟଙ୍କା

  • କୁକ୍-ଏ ଏବଂ ଫାୟାରମ୍ୟାନ୍-ଏ: ପେ ଲେଭେଲ୍-୨ — ୧୯,୯୦୦ରୁ ୬୩,୨୦୦ ଟଙ୍କା

କେତେ ଆବେଦନ ଫି ଦେବାକୁ ପଡ଼ିବ?

  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ:୭୫୦ଟଙ୍କା

  • ଟେକ୍ନିସିଆନ୍-ବି, କୁକ୍-ଏ ଏବଂ ଫାୟାରମ୍ୟାନ୍-ଏ:୫୦୦ଟଙ୍କା

କିପରି ହେବ ଚୟନ?

ଟେକ୍ନିକାଲ୍ ଆସିଷ୍ଟାଣ୍ଟ ଏବଂ ଟେକ୍ନିସିଆନ୍-ବି ପଦବି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ସ୍କିଲ୍ ଟେଷ୍ଟ ଦେବାକୁ ପଡ଼ିବ। କୁକ୍-ଏ ପଦବୀ ପାଇଁ ମଧ୍ୟ ଲିଖିତ ପରୀକ୍ଷା ପରେ ସ୍କିଲ୍ ଟେଷ୍ଟ ହେବ। ଫାୟାରମ୍ୟାନ୍-ଏ ପଦବି ପାଇଁ ଲିଖିତ ପରୀକ୍ଷା ପରେ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ମେଡିକାଲ୍ ଟେଷ୍ଟ ହେବ।

କିପରି କରିବେ ଆବେଦନ?

ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ iprc.gov.in ୱେବସାଇଟ୍‌କୁ ଯିବାକୁ ପଡ଼ିବ।

  • ସମ୍ପୃକ୍ତ ଅନଲାଇନ୍ ଆବେଦନ ଲିଙ୍କ୍ ଖୋଲିବାକୁ ହେବ।

  • ରେଜିଷ୍ଟ୍ରେସନ୍ କରି ବ୍ୟକ୍ତିଗତ ଏବଂ ଶିକ୍ଷାଗତ ତଥ୍ୟ ପୂରଣ କରିବେ।

  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ହେବ।

  • ନିର୍ଦ୍ଧାରିତ ଆବେଦନ ଫି ଦାଖଲ କରି ଫର୍ମ ସବମିଟ୍ କରିବେ ପ୍ରାର୍ଥୀ

  • ଶେଷରେ ଆବେଦନ ଫିର ଏକ କପି ସୁରକ୍ଷିତ ଭାବେ ନିଜ ପାଖରେ ସାଇତି ରଖିବାକୁ ହେବ।

ଆବେଦନର ଶେଷ ତାରିଖ: ୫ ଅକ୍ଟୋବର ୨୦୨୬।

ବେଆଇନ ମଇଁଷି ଚାଲାଣ ବେଳେ ଚଢ଼ଉ: କଣ୍ଟେନରରୁ ୩୭ ମଇଁଷି ଉଦ୍ଧାର; ଡ୍ରାଇଭର-ହେଲପର ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.