ARTICLE AD BOX
ଜେରୁସାଲେମ:ସାଟେଲାଇଟ୍ ଚିତ୍ର ଅନୁଯାୟୀ, ଇସ୍ରାଏଲୀ ସେନା ନିରବ ଭାବେ ଶୀଘ୍ର ଶୀଘ୍ର ଗାଜା ଷ୍ଟ୍ରିପର ୫୦% ରୁ ଅଧିକ ଅଞ୍ଚଳକୁ ଅବଶିଷ୍ଟ ଅଞ୍ଚଳଠାରୁ ପୃଥକ କରି ଏକ ବିଶାଳ ମାଟିର କାନ୍ଥ ନିର୍ମାଣ କରୁଛି। ଫଳରେ ପାଲେଷ୍ଟାଇନରେ ଆଞ୍ଚଳିକ ବିଭାଜନ ସ୍ଥିତି ଘନେଇବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ମାଟି କାନ୍ଥର ୨୩ କିଲୋମିଟରରୁ ଅଧିକ ନିର୍ମାଣ କରାଯାଇଛି। ଏହା ଗାଜାର ଉପକୂଳର ୪୦ କିଲୋମିଟର ଲମ୍ବ ଏବଂ ୧୧ କିଲୋମିଟର ପ୍ରସ୍ଥ ପରିମିତ ଅଞ୍ଚଳରେ ୨୦ ଲକ୍ଷରୁ ଅଧିକ ପାଲେଷ୍ଟାଇନୀ ବାସ କରଥାନ୍ତି।
ସାଟେଲାଇଟ୍ ଚିତ୍ରଗୁଡ଼ିକ ମିଳିବା ପରେ, ଇସ୍ରାଏଲର ସେନା ନିଶ୍ଚିତ କରିଛି ଯେ ୟେଲୋ ଲାଇନ୍ ଅଞ୍ଚଳରେ ଏହି କାନ୍ଥ ନିର୍ମାଣ କରାଯାଇଛି। ଇସ୍ରାଏଲ ସେନା କହିଛି, ୟେଲୋ ଲାଇନ୍ ଚାରିପାଖରେ ଏକ ସୁରକ୍ଷା କ୍ଷେତ୍ର ବିକଶିତ କରାଯାଇଛି। ସେଠାରେ ଗୁଇନ୍ଦା ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ କାର୍ଯ୍ୟ ଜାରି ରହିଛି। ତେବେ ମାଟି କାନ୍ଥ କେତେ ଦୂର ପର୍ଯ୍ୟନ୍ତ ଲମ୍ବିବ ସେ ସମ୍ପର୍କରେ ସୂଚନା ଦେବାକୁ ଇସ୍ରାଏଲ ସେନା ମନା କରିଦେଇଛି। ଅନୁପ୍ରବେଶକୁ ରୋକିବା ଏବଂ ଗାଜା ନିକଟରେ ଇସ୍ରାଏଲୀ ସୈନ୍ୟ ଏବଂ ଇସ୍ରାଏଲୀ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ମାଟି କାନ୍ଥ ନିର୍ମାଣ କରାଯାଇଥିବା ଇସ୍ରାଏଲ ସେନା କହିଛି। ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହେବା ପରଠାରୁ, ଗାଜାର ପାଲେଷ୍ଟାଇନୀମାନେ ଆଶଙ୍କା କରିଛନ୍ତି ଯେ, ଇସ୍ରାଏଲ ତାଙ୍କ ନିୟନ୍ତ୍ରଣରେ ଥିବା ଗାଜା ଅଞ୍ଚଳକୁ ଫେରାଇବ ନାହିଁ। ପ୍ଲାନେଟ୍ ଲ୍ୟାବ୍ସ ପିବିସି ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍ ଚିତ୍ର ଅନୁସାରେ, ଦକ୍ଷିଣ ଗାଜାରେ ବର୍ମ ନେଟୱାର୍କର ଏକ ଅଂଶ ଏହି ମାସରେ ଦୁଇ ସପ୍ତାହ ମଧ୍ୟରେ ୨ କିଲୋମିଟରରୁ ମାଟି କାନ୍ଥ ନିର୍ମାଣ କରାଯାଇଛି।
ଫେବ୍ରୁଆରିରୁ ନିର୍ମାଣ କାର୍ଯ୍ୟ ଆରମ୍ଭ
ଜୁଲାଇ ୧ ତାରିଖରେ ମାଟି କାନ୍ଥ ପ୍ରାୟ ୫୦୦ ମିଟର ଲମ୍ବା ଥିଲା। ଜୁଲାଇ ୧୫ ସୁଦ୍ଧା ଏହା ପ୍ରାୟ ୨.୪ କିଲୋମିଟରରେ ପହଞ୍ଚିଥିଲା। ଯଦି ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଗତିରେ ଜାରି ରହେ, ତେବେ ଏହା ଦକ୍ଷିଣ ସହର ଖାନ ୟୁନିସରୁ ଉତ୍ତରରେ ଗାଜା ସହର ପର୍ଯ୍ୟନ୍ତ ପ୍ରାୟ ୧୭ କିଲୋମିଟର ଲମ୍ବ ହେବ। ଫେବ୍ରୁଆରି ମାସରେ ମାଟି କାନ୍ଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାଟେଲାଇଟ୍ ଚିତ୍ର ଅନୁଯାୟୀ ଏହାକୁ ଆହୁରି ଦକ୍ଷିଣକୁ ବିସ୍ତାର କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଜଣାପଡ଼ିଛି। ଜୁନ୍ ୨୧ ରୁ ଜୁଲାଇ ୭ ମଧ୍ୟରେ ଖାନ ୟୁନିସ୍ ନିକଟସ୍ଥ ବାନି ସୁହେଇଲା ସହରର ଧ୍ୱଂସାବଶେଷ ଉପରେ ନିର୍ମିତ ଏକ ଇସ୍ରାଏଲୀ ସାମରିକ ଘାଟି ନିକଟରେ ୧ କିଲୋମିଟରରୁ ଅଧିକ ରାସ୍ତା ଯୋଡା ଯାଇଥିଲା।
AI Minister: କନିଷ୍କ ନାରାୟଣ ବ୍ରିଟେନର ପ୍ରଥମ ଏଆଇ ମନ୍ତ୍ରୀ
ସାଟେଲାଇଟ୍ ଚିତ୍ର ଦର୍ଶାଉଛି ଯେ,ୟେଲୋ ଲାଇନର ଅନ୍ୟ ପାର୍ଶ୍ୱରେ ଇସ୍ରାଏଲୀ ସେନା ବୁଲଡୋଜର ଏବଂ ବିସ୍ଫୋରକ ବ୍ୟବହାର କରି ଅଧିକାଂଶ କୋଠାକୁ ସମତଳ କରିଦେଇଛନ୍ତି, ଅନେକ ସହର ଏବଂ ରାଫାକୁ ପ୍ରାୟତଃ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରିଦେଇଛି। ପୂର୍ବରୁ ସେଠାରେ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଲୋକ ବାସକରୁଥିଲେ।
ହମାସ ଦ୍ୱାରା ବ୍ୟବହୃତ ଭିତ୍ତିଭୂମିକୁ ଭାଙ୍ଗି ଦେଇଛୁ: ଇସ୍ରାଏଲୀ ସେନା
ପାଲେଷ୍ଟାଇନୀ ସହରଗୁଡ଼ିକର ଧ୍ୱଂସାବଶେଷ ଉପରେ ଇସ୍ରାଏଲ ସେନା ନୂତନ ରାସ୍ତା ନେଟୱାର୍କ ଖୋଦିତ କରିଛନ୍ତି ଏବଂ ନୂତନ ଭିତ୍ତିଭୂମି ନିର୍ମାଣ କରିଛନ୍ତି। କୃଷି ଜମି ମଧ୍ୟ ନଷ୍ଟ ହୋଇଯାଇଛି। ଇସ୍ରାଏଲୀ ସେନା କହିଛି ଯେ, ଆମେ ହମାସ ଦ୍ୱାରା ବ୍ୟବହୃତ ଭିତ୍ତିଭୂମିକୁ ଭାଙ୍ଗି ଦେଇଛୁ। ଇସ୍ରାଏଲୀ ସେନା ସୀମା ନିକଟତର ହେଉଥିବା କିମ୍ବା ଏହାକୁ ପାର କରିବାକୁ ଚେଷ୍ଟା କରୁଥିବା ପାଲେଷ୍ଟାଇନୀମାନଙ୍କୁ ହତ୍ୟା କରୁଛି। ମୃତକଙ୍କ ମଧ୍ୟରେ ପିଲା ଏବଂ ସାଧାରଣ ନାଗରିକ ମଧ୍ୟ ଅଛନ୍ତି। କିଛି ଇସ୍ରାଏଲ ସୈନିକ କହିଛନ୍ତି, ସେମାନେ କାହା ଉପରେ ଗୁଳି ଚାଳନା କରୁଛନ୍ତି ତାହା ସେମାନଙ୍କୁ ଅଜଣା। ସୀମା ପାର କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

2 weeks ago
7


