IRCTC hotel scam: ଲାଲୁ, ରାବଡ଼ି ଓ ତେଜସ୍ୱୀଙ୍କ ବିରୋଧରେ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡ଼ି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢ଼ିଛି। ଏହି ମାମଲାରେ ତିନିଜଣଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଗତ କରିବାକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗ୍ନେ ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୦୫ରୁ ୨୦୧୪ ମସିହା ମଧ୍ୟରେ ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ପାଟନାରେ ଏକ ବେଆଇନ୍ ଜମି ହଡ଼ପ କରିବା ଏବଂ ପଦବୀର ଦୁରୁପଯୋଗ କରି ଅପରାଧିକ ଆୟ କରିଥିବା ନେଇ ସ୍ପଷ୍ଟ ସନ୍ଦେହ ରହିଥିବା କୋର୍ଟ ମୌଖିକ ଭାବେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

କୋର୍ଟଙ୍କ ଦର୍ଶାଇବା ଅନୁଯାୟୀ, ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରେଳବାଇ ଅଧିକାରୀମାନଙ୍କ ଦ୍ୱାରା ଟେଣ୍ଡରରେ ଜାଲିଆତି କରାଯାଇ ପୁରୀ ଏବଂ ରାଞ୍ଚିରେ ଥିବା ଆଇଆରସିଟିସି ହୋଟେଲର ଲିଜ୍ ପ୍ରଦାନ କରାଯାଇଥିଲା। ଏହାର ବଦଳରେ ସମ୍ପୃକ୍ତ ହୋଟେଲ ନିର୍ଦ୍ଦେଶକମାନେ ଲାଲୁଙ୍କ ନିକଟତର ସରଳା ଗୁପ୍ତାଙ୍କ ନାମରେ ପାଟନାରେ ଏକ ମୂଲ୍ୟବାନ ଜମି ହସ୍ତାନ୍ତର କରିଥିଲେ। 

ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଇଡି ଅଫିସ୍‌ରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ

ପରବର୍ତ୍ତୀ ସମୟରେ ସେହି ଜମିର ସେୟାରଗୁଡ଼ିକୁ ନାମମାତ୍ର ମୂଲ୍ୟରେ ରାବଡ଼ି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ନାମକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ କୋର୍ଟ ଲାଲୁ ପ୍ରସାଦ, ରାବଡ଼ି ଦେବୀ ଓ ତେଜସ୍ୱୀ ଯାଦବଙ୍କ ସମେତ ମୋଟ ୯ ଜଣଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରେ ନିୟମାନୁସାରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଆଗତ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.