Iran: ଇରାନ୍‌ର ଦାବି: ହର୍ମୁଜ୍‌ରେ ଆମେରିକାର ଅତ୍ୟାଧୁନିକ ବୁଡ଼ାଜାହାଜ ଜବତ କରିଛି

1 week ago 5
ARTICLE AD BOX

ତେହରାନ୍‌: ଆମେରିକା ଓ ଇରାନ୍‌ ମଧ୍ୟରେ ଚାଲିଥିବା ତୀବ୍ରସାମରିକ ଉତ୍ତେଜନା ମଧ୍ୟରେ ହର୍ମୁଜ୍‌ ପ୍ରଣାଳୀର ପ୍ରବେଶପଥରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ବୁଡ଼ାଜାହାଜ ଜବତ କରିଥିବା ଇରାନ୍‌ ଦାବି କରିଛି। ଇରାନ୍‌ର ଇସ୍‌ଲାମିକ୍‌ ରିଭଲ୍ୟୁସନାରି ଗାର୍ଡ କର୍ପସ୍‌ (ଆଇଆର୍‌ଜିସି)ର ନୌସେନା ମଙ୍ଗଳବାର ସକାଳେ ଏହାକୁ ଜବତ କରିଥିବା କହିଛି। ଏହି କାର୍ଯ୍ୟକୁ ଏକ ଜଟିଳ ଗୁପ୍ତଚର ଓ ସାମରିକ ଅଭିଯାନ ବୋଲି ଆଇଆର୍‌ଜିସି ବର୍ଣ୍ଣନା କରିଛି।

ଆହୁରି ପଢନ୍ତୁ :Job: ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ

ଆଇଆର୍‌ଜିସି ଅନୁସାରେ, ଜବତ ମାନବବିହୀନ ବୁଡ଼ାଜାହାଜଟି ‘ଡାଇଭ୍‌-ଏଲ୍‌ଡି’। ଏହାକୁ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ପ୍ରତିରକ୍ଷା କମ୍ପାନି ଆଣ୍ଡୁରିଲ୍‌ ନିର୍ମାଣ କରିଛି। ପ୍ରାୟ ୧୯ ଫୁଟ୍‌ ଲମ୍ବା ଏହି ସ୍ୱୟଂଚାଳିତ ଜଳଯାନକୁ ସମୁଦ୍ରତଳ ନିରୀକ୍ଷଣ, ଗୁପ୍ତଚର ତଥ୍ୟ ସଂଗ୍ରହ, ସମୁଦ୍ରତଳ ମାନଚିତ୍ର ପ୍ରସ୍ତୁତି, ସାମୁଦ୍ରିକ ମାଇନ୍‌ ଚିହ୍ନଟ ଏବଂ ସମୁଦ୍ର ତଳେ ଥିବା କେବୁଲ୍‌ ଓ ପାଇପ୍‌ଲାଇନ୍‌ ଯାଞ୍ଚ ଭଳି କାମ ପାଇଁ ବ୍ୟବହାର କରାଯାଏ।

ଆହୁରି ପଢନ୍ତୁ :Murder: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ; ଶିଶୁକନ୍ୟା ଗୁରୁତର

ଆଇଆର୍‌ଜିସି ଏହାକୁ ଆମେରିକାର ସବୁଠାରୁ ଆଧୁନିକ, ବୁଦ୍ଧିମାନ ଓ ମାନବବିହୀନ ବୁଡ଼ାଜାହାଜ ମଧ୍ୟରୁ ଗୋଟିଏ ବୋଲି ଦାବି କରିଛି। ଜବତ ଯାନର ଫଟୋ ଓ ବିସ୍ତୃତ ଭିଡିଓ ପ୍ରକାଶ କରାଯିବ ବୋଲି ମଧ୍ୟ ଇରାନ୍‌ କହିଥିଲା। ପରେ ଇରାନୀଗଣମାଧ୍ୟମଏହାର ଭିଡିଓ ଓ ଫଟୋ ପ୍ରକାଶ କରିଛି। ତେବେ ଭିଡିଓରେ ଦେଖାଯାଇଥିବା ଯାନଟି ଡାଇଭ୍‌-ଏଲ୍‌ଡି ମଡେଲ୍‌ ସହ ମେଳ ଖାଉଥିଲେ ମଧ୍ୟ ଘଟଣାର ସ୍ଥାନ ଓ ସମୟ ସ୍ୱାଧୀନ ଭାବେ ଯାଞ୍ଚ ହୋଇପାରିନାହିଁ।

ଆହୁରି ପଢନ୍ତୁ :BJP: ବିଜେପିର ‘ନାରାଜ ଫୁଫା’ ରିଲ୍‌, ବୁଲେଟ୍‌ ଟ୍ରେନ୍‌କୁ ନେଇ କଂଗ୍ରେସକୁ ମୋଦୀଙ୍କ କଟାକ୍ଷ ପରେ ଭିଡିଓ

ଇରାନ୍‌ର ଦାବିକୁ ନେଇ ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡ୍‌ (ସେଣ୍ଟକମ୍‌) କହିଛି, ଏକ ଆମେରିକୀୟ ଜଳଯାନରେ ଏହାର ଦିନକ ପୂର୍ବରୁ ତ୍ରୁଟି ଦେଖାଯାଇଥିଲା। ଏହା ଅଞ୍ଚଳର ସମୁଦ୍ରଜଳରେ ଏକ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିଲା। ଆମେରିକୀୟ ନୌସେନାର କ୍ୟାପ୍‌ଟେନ୍‌ ଟିମ୍‌ ହକିନ୍ସ କହିଛନ୍ତି, ତ୍ରୁଟି ଦେଖାଯିବା ଯାନଟି ପୁରୁଣା ମଡେଲ୍‌ ଥିଲା ଏବଂ ଏଥିରେ କୌଣସି ସମ୍ବେଦନଶୀଳ ତଥ୍ୟ କିମ୍ବା ଗୋପନୀୟ ସୋନାର୍‌ ଓ ରାଡାର୍‌ଉପକରଣ ନଥିଲା। ତେବେ ଏହା ଇରାନ୍‌ ଜବତ କରିଥିବା ସେହି ଯାନ କି ନୁହେଁ, ଆମେରିକା ସ୍ପଷ୍ଟ କରିନାହିଁ। ଡାଇଭ୍‌-ଏଲ୍‌ଡି ଥରେ ଇନ୍ଧନ ନେଲେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ କାମ କରିପାରେ ଏବଂ ୬,୦୦୦ ମିଟର ଗଭୀରତା ପର୍ଯ୍ୟନ୍ତ ଯାଇପାରେ। ଗୋଟିଏ ଯାନର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଡଲାର ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.