Iran war: ଜର୍ଡାନରେ ଆମେରିକା ସେନା ଘାଟି ଉପରେ ଇରାନର ଆକ୍ରମଣ, ୨ ଆମେରିକୀୟ ସୈନିକଙ୍କ ମୃତ୍ୟୁ

2 weeks ago 7
ARTICLE AD BOX

ପୁଣି ଇରାନ ଆକ୍ରମଣରେ ଥରହର ଆମେରିକା । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦ୍ବାରା ଜର୍ଡାନରେ ଏକ ଆମେରିକୀୟ ଘାଟି ଉପରେ ଆକ୍ରମଣ  କରାଯାଇଛି। ଏହି ଆକ୍ରମଣରେ  ଆମେରିକାର ଦୁଇ ସୈନିକଙ୍କ ମୃତ୍ୟୁ ଘଟିଛି ।

 (Google) WAR Photograph: (Google)

ଜର୍ଡାନ:ମଧ୍ୟପ୍ରାଚ୍ୟରେଯୁଦ୍ଧ ଥମିବାର ନା ନେଉ ନାହିଁ।  ପୁଣି ଇରାନ ଆକ୍ରମଣରେ ଥରହର ଆମେରିକା ।ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦ୍ବାରା ଜର୍ଡାନରେ ଏକ ଆମେରିକୀୟ ଘାଟି ଉପରେ ଆକ୍ରମଣ କରାଯାଇଛି।ଏହି ଆକ୍ରମଣରେ  ଆମେରିକାର ଦୁଇ ସୈନିକଙ୍କ ମୃତ୍ୟୁ ଘଟିଛି । କୁଏତରେ ଏକ ଇନ୍ଧନ ଯୋଗାଣ ଡକ୍କୁ  ଟାର୍ଗେଟ କରିଛି ଏବଂ ବାହାରିନରେ ଏକ ଡାଟା ସେଣ୍ଟରକୁ ଧ୍ୱଂସ କରିଛି  ଇରାନ । ଏହି ଘଟଣାକୁ ମିଶାଇ ଚଳିତ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ଆମେରିକୀୟ ସୈନିକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ଏବଂ ୪୩୦ ରୁ ଅଧିକ ସୈନିକ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ Pakistan: ଅନ୍ତର୍ଜାତୀୟ ମହଲରେ ପାକିସ୍ତାନର ଗୁହାରି: କାଶ୍ମୀର ପ୍ରସଙ୍ଗରେ ୟୁକେ ଓ ୟୁରୋପକୁ ପଠାଇବ ସଂସଦୀୟ ଦଳ

ଆମେରିକୀୟ ସେନା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛି ଯେ ଇରାନ ଦ୍ୱାରା ଏକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ସହିତ, ଜଣେ ଆମେରିକୀୟ ସୈନିକ ଏବେ ବି ନିଖୋଜ ଅଛନ୍ତି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.