Iran VS US: ‘ଆମେ ଆଖି ବଦଳରେ ଆଖି ତାଡ଼ି ନେବୁ’,ଆମର ପ୍ରତିରକ୍ଷା ନୀତି ସ୍ପଷ୍ଟ: ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ

1 week ago 5
ARTICLE AD BOX

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସ୍ପଷ୍ଟ ଭାବରେ କହିଛି ଯେ, ଆମ ବିରୋଧରେ କିମ୍ବା ଆମର ଯେକୌଣସି ଭିତ୍ତିଭୂମି ଉପରେ ଆକ୍ରମଣ ହେଲେ, ତାହାର ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ଜବାବ ଦିଆଯିବ। ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଆରାଘଚି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଇରାନର ପ୍ରତିରକ୍ଷା ନୀତି ସ୍ପଷ୍ଟ।

ଆମେ ଆଖି ବଦଳରେ ଆଖି ତାଡ଼ି ନେବୁ। ସେ ଚେତାବନୀ ଦେଇଛନ୍ତି, ଯଦି କୌଣସି ଦେଶ ଆକ୍ରମଣରେ ଆମେରିକାକୁ କୌଣସି ପ୍ରକାରର ସମର୍ଥନ ପ୍ରଦାନ କରନ୍ତି ତେବେ ସେମାନଙ୍କୁ ମଧ୍ୟ ଆମର ଟାର୍ଗେଟ ଭାବରେ ବିବେଚନା କରାଯିବ। ସହାୟତା ଯୋଗାଇ ଦେଉଥିବା ଦେଶମାନଙ୍କୁ ମଧ୍ୟ କଡ଼ା ଜବାବ ଦିଆଯିବ। ସେମାନଙ୍କ ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରାଯିବ ବୋଲି ଆରାଘଚି ତାଗିଦ୍ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ବଡ଼ ଧରଣର ଆକ୍ରମଣ କରିବାକୁ ଧମକ ଦେଉଥିବାରୁ ଆରାଘଚି ଏଭଳି ପ୍ରତିକ୍ରିୟା ଦେଇଥିବା କୁହାଯାଉଛି।

PM Modi: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି: ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.