Iran Rejects US Talks: ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଆମେରିକା ସହିତ କୌଣସି ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲା ଇରାନ

2 days ago 1
ARTICLE AD BOX

ତେହେରାନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପୁଣି ଥରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିବା ପରେ ଇରାନର ସୁରକ୍ଷା ମୁଖ୍ୟ ମଙ୍ଗଳବାର ଆମେରିକା ସହିତ କୌଣସି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି,ଟ୍ରମ୍ପଙ୍କର ଏଭଳି ମନ୍ତବ୍ୟକୁ ବିଶ୍ବାସ କରନ୍ତୁ ନାହିଁ। ଏପରି ମନ୍ତବ୍ୟ ନେଇ ଭ୍ରମିତ ହେବା ଅନାବଶ୍ୟକ।ତେଲ ଏବଂ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗରେ ଏବେ ବାଜି ପଲଟି ଯାଇଛି। ଏହାକୁ କେହି ରୋକିପାରିବ ନାହିଁ। ଇରାନର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ।

ଆହୁରି ପଢ଼ନ୍ତୁ: ସମାନ ନାଗରିକ ସଂହିତା ଲାଗୁନେଇ ଶାସକ ଦଳ ଦୁଇଫାଳ: ଶିବସେନା, ଟିଡିପି, ଏଚ୍ଏଏମ୍ ପକ୍ଷରୁ ବିଜେପିକୁ ସମର୍ଥନ, ନୀତିଶଙ୍କ ଦଳ କହିଲା ବିହାରରେ ଏସବୁ ଚଳିବ ନାହିଁ

ଯୁଦ୍ଧ ସମାପ୍ତ କରିବା ପାଇଁ ଚୁକ୍ତି ବହୁ ଶୀଘ୍ର ହେବ ବୋଲି ସପ୍ତାହେ ଧରି କହିବା ପରେ ସୋମବାର ଟ୍ରମ୍ପ କହିଥିଲେ ଯେ, ସେ ଇରାନ ସହିତ ଆଲୋଚନା କରିବାକୁ ରାଜି ଅଛନ୍ତି। ବିଫଳ ଦେଶ ଇରାନ ଏକ ଚୁକ୍ତି କରିବାକୁ ଚାହୁଁଛି। ଆମେରିକା ଏଥିରେ ସାମିଲ ହେବ କି ନାହିଁ ତାହା ମୁଁ ନିର୍ଣ୍ଣୟ କରିବି ବୋଲି ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲରେ କହିଥିଲେ।
ତେବେ ଇରାନ ଯୁଦ୍ଧ ସମାପ୍ତ କରିବା ଏବଂ ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଅବରୋଧ ପାଇଁ ଯୁଦ୍ଧ କ୍ଷତିପୂରଣ ତଥା ପ୍ରତିବନ୍ଧକ ପ୍ରତ୍ୟାହାର ସମେତ ଅନ୍ୟ ଦାବିଗୁଡ଼ିକୁ ବାରମ୍ବାର ସର୍ତ୍ତ ଭାବରେ ଦୋହରାଇ ଆସୁଛି।

ଆହୁରି ପଢ଼ନ୍ତୁ: ଖଲିଚଉପତିରୁ ସଫଳ ମହିଳା ଉଦ୍ୟୋଗୀ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.