ARTICLE AD BOX
ତେହେରାନ: ଏକ ଇରାନୀ ଖବରକାଗଜ ମୌଳବାଦୀ ଏବଂ ଉତ୍ତେଜନାମୂଳକ ଆଭିମୁଖ୍ୟ ଗ୍ରହଣ କରି ଅନେକ ବିଦେଶୀ ନେତାଙ୍କ ନାମ ଏବଂ ଫଟୋ ପ୍ରକାଶ କରି କହିଛି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ ଲିଷ୍ଟରେ ଥିବା ବିଶ୍ବନେତାଙ୍କୁ ଟାର୍ଗେଟ କରାଯିବା ଉଚିତ୍। ରିପୋର୍ଟ ଅନୁଯାୟୀ ,ମୋଜତାବା ଖେମିନି କହିଥିଲେ, ପ୍ରତିଶୋଧ ନେବା ଜରୁରୀ। ପ୍ରତିଶୋଧ ଆମ ଜାତିର ଇଚ୍ଛା। ଏହାକୁ ଯେକୌଣସି ମୂଲ୍ୟରେ କାର୍ଯ୍ୟକାରୀ କରାଯିବା ଉଚିତ୍। ଯେଉଁ ଅପରାଧୀଙ୍କ ନାମ ତାଲିକାରେ ଅଛି,ସେମାନେ ନିଜ ଶଯ୍ୟାରେ ଶାନ୍ତିରେ ମରିବା ଇଚ୍ଛା ନେଇ କବରକୁ ଯିବେ। ତେହେରାନ ଟାର୍ଗେଟ ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ତେବେ ମୋଜତାବା କାହାର ନାମ କହି ନଥିଲେ।
ଏହି ମନ୍ତବ୍ୟ ପରେ ଇରାନର ରାଜଧାନୀରୁ ପ୍ରକାଶିତ ହମସାହରି ଖବରକାଗଜ ୧୩ ଜଣ ବିଶ୍ବନେତାଙ୍କ ଚିତ୍ର ସମ୍ବଳିତ ଏକ ଅନଲାଇନ୍ ଗ୍ରାଫିକ୍ ସେୟାର କରିଛି । ଖବରକାଗଜ ଏହା ମଧ୍ୟ ଦର୍ଶାଇଛି ଯେ, ପ୍ରକାଶିତ ତାଲିକାକୁ ଇରାନ ସରକାରଙ୍କଠାରୁ ଅଫିସିଆଲ୍ ଅନୁମୋଦନ ମିଳିଛି। ଖବରକାଗଜ ଦ୍ୱାରା ପ୍ରକାଶିତ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ନାମ ରହିଛି। ତେବେ ଏହି ଫଟୋଗୁଡ଼ିକ ଖବରକାଗଜର ସଂସ୍କରଣରେ ନାହିଁ। ଏଗୁଡ଼ିକ କେବଳ ଅନଲାଇନ୍ ଗ୍ରାଫିକ୍ସ ମାଧ୍ୟମରେ ୱେବସାଇଟରେ ପୋଷ୍ଟ୍ କରାଯାଇଛି।
Iran Attack US: ‘ଆଖି ବଦଳରେ ଆଖି’: ଆମେରିକୀୟ ବାୟୁସେନା ଘାଟି ଉପରେ ବଡ଼ ଧରଣର ଆକ୍ରମଣ କଲା ଇରାନ
ତାଲିକାରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନି ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ମଧ୍ୟ ଅଛନ୍ତି। ଇରାନରେ ଆକ୍ରମଣକୁ ନିନ୍ଦା କରିନଥିବା ଏବଂ ଆମେରିକାର ସାମରିକ ବିମାନକୁ ସେମାନଙ୍କ ଆକାଶ ସୀମାରେ ଉଡ଼ାଣ କରିବାକୁ ଅନୁମତି ଦେଇଥିବା ପାଇଁ ଇରାନ ୟୁରୋପୀୟ ଦେଶଗୁଡ଼ିକ ବିରୋଧରେ ଅଭିଯୋଗ ଆଣିଛି।
ହମସାହରି ଇନଫୋଗ୍ରାଫିକରେ ପ୍ରଦର୍ଶିତ ଇରାନର ‘ପ୍ରତିଶୋଧ ତାଲିକା’ରେ ଥିବା ୧୩ ଜଣ ବିଶ୍ବନେତା:
-ଡୋନାଲ୍ଡ ଟ୍ରମ୍ପ, ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି
-ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ
-ଜର୍ଜିଆ ମେଲୋନି , ଇଟାଲୀର ପ୍ରଧାନମନ୍ତ୍ରୀ
-କୀର ଷ୍ଟାର୍ମର, ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ
-ଇମାନୁଏଲ ମାକ୍ରନ, ଫ୍ରାନ୍ସର ରାଷ୍ଟ୍ରପତି
-ଫ୍ରେଡ୍ରିକ୍ ମର୍ଜ, ଜର୍ମାନୀର ଚାନ୍ସେଲର
-ଇସ୍ରାଏଲ୍ କାଟ୍ଜ, ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ
- ଗିଦିୟନ୍ ସା’ର, ଇସ୍ରାଏଲର ବୈଦେଶିକ ମନ୍ତ୍ରୀ
-ଇୟାଲ ଜମିର,ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ଜେନେରାଲ ଷ୍ଟାଫ ମୁଖ୍ୟ
-ମାର୍କୋ ରୁବିଓ, ଆମେରିକାର ବୈଦେଶିକ ସଚିବ
-ପିଟ୍ ହେଗସେଥ୍, ଆମେରିକାର ପ୍ରତିରକ୍ଷା ସଚିବ
-ମାଇକେଲ ଏରିକ କୁରିଲା ବ୍ରାଡ କୁପର,ଆମେରିକା କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ର କମାଣ୍ଡର ଜେନେରାଲ
-ମାଇକ ହୁକାବି, ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ

3 weeks ago
9


