Iran launches missiles : ଜୋର୍ଡାନର ଆକାବା ସହରରେ ମିସାଇଲ ଆଲର୍ଟ

1 week ago 9
ARTICLE AD BOX

ଦୋହା/ୱାଶିଂଟନ: ପଶ୍ଚିମ ଏସିଆରେ ସାମରିକ ସଂଘର୍ଷ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ପାକିସ୍ତାନରେ କୂଟନୈତିକ ସ୍ତରରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ବୁଧବାର ଜୋର୍ଡାନର ପ୍ରମୁଖ ବନ୍ଦର ସହର ''ଆକାବା''ରେ ମିସାଇଲ ସାଇରନ୍ ବାଜିବା ସହ ଜୋର୍ଡାନ ସେନା ଇରାନର ୪ଟି ମିସାଇଲକୁ ଆକାଶମାର୍ଗରେ ନଷ୍ଟ କରିଥିବା ଦାବି କରିଛି।

ଅନ୍ୟପଟେ ଆମେରିକା ସେନା ଇରାନ ଭିତରେ ଲଗାତାର ରାତ୍ରିକାଳୀନ ବିମାନ ଆକ୍ରମଣ ସମ୍ପୂର୍ଣ୍ଣ କରିଛି। ତେହେରାନ, ବୁସେହର, ହୋରମୋଜଗାନ ଓ ସିସ୍ତାନ-ବେଲୁଚିସ୍ତାନ ସମେତ ବିଭିନ୍ନ ପ୍ରଦେଶରେ ବିସ୍ଫୋରଣ ଘଟିବା ସହ ଆମେରିକା ପକ୍ଷରୁ ଇରାନର ବିମାନ ହ୍ୟାଙ୍ଗର ଓ ଡ୍ରୋନ୍ ଗଚ୍ଛିତ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରାଯାଇଛି। ହରମୁଜ ପ୍ରଣାଳୀରେ ଇରାନ ଏକ ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିବା ସହ ବାହାରିନ୍, ଜୋର୍ଡାନ ଓ କୁୱେତ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି।

ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୧୦ ହଜାର ନେଉଥିଲେ ଲାଞ୍ଚ

 ଯେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ବିରୋଧରେ ସାମୁଦ୍ରିକ ଅବରୋଧ ଘୋଷଣା କରିବାରୁ ସାଉଦି ଆରବ ଏବେ ଲୋହିତ ସାଗର ପାଇପଲାଇନ୍ ମାଧ୍ୟମରେ ତୈଳ ରପ୍ତାନି କରୁଛି। ଇରାନର ଗୃହମନ୍ତ୍ରୀ ଏସ୍କନ୍ଦର ମୋମେନୀ ଯୁଦ୍ଧବିରାମ ପାଇଁ ପାକିସ୍ତାନ ଗସ୍ତ କରିଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲୋଚନାରେ କୌଣସି ଆଗ୍ରହ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଇରାନର ମୁଖ୍ୟ ୟୁରେନିୟମ ସମୃଦ୍ଧିକରଣ କେନ୍ଦ୍ର ନିକଟରେ ଆମେରିକା ସେନା ଖୁବଶୀଘ୍ର ବଡ଼ ଆକ୍ରମଣ କରିପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.