Iran Attack: ହର୍ମୁଜରେ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ, ଆମେରିକାର ପାଲଟା ଜବାବ

1 month ago 19
ARTICLE AD BOX

ତେହେରାନ୍/ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଅତି ଭୟଙ୍କର ମୋଡ଼ ନେଇଛି। ମଙ୍ଗଳବାର ପ୍ରତ୍ୟୂଷରେ ଇରାନ ସେନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ‘ହର୍ମୁଜ ପ୍ରଣାଳୀ’ରେ ଏକ ବ୍ୟବସାୟିକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି, ଯାହାଫଳରେ ଟ୍ୟାଙ୍କରରେ ଥିବା ନାବିକମାନେ ଜାହାଜ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ। ଏହାର ଜବାବରେ ଆମେରିକା ମଧ୍ୟ ଇରାନ ଉପରେ ପୁନର୍ବାର ବିମାନ ଆକ୍ରମଣ କରିଛି। ଗତ ୧୦ ଦିନ ଧରି ଆମେରିକାର ଲଗାତାର ବୋମାବର୍ଷା ସତ୍ତ୍ୱେ ଇରାନ ଏହି ପ୍ରଣାଳୀ ଉପରୁ ନିଜର ନିୟନ୍ତ୍ରଣ ହଟାଇବାକୁ ପ୍ରସ୍ତୁତ ନୁହେଁ।

ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ଠପ୍

ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ହେଉଥିବା ଜାହାଜ ଚଳାଚଳ ପ୍ରାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଏହି ବାଟ ଦେଇ ଯାଉଥିବାରୁ, ଏହି ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହୁ ହୁ ହୋଇ ବୃଦ୍ଧି ପାଉଛି। ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୮୮ ଡଲାର ଡେଇଁଥିବା ବେଳେ ଆମେରିକାରେ ପେଟ୍ରୋଲ ଦର ଗ୍ୟାଲନ୍ ପିଛା ୪ଡଲାରରେ ପହଞ୍ଚିଛି। ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଶାନ୍ତି ଆଲୋଚନା ପାଇଁ ଇରାନର ଗୃହମନ୍ତ୍ରୀ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ଗସ୍ତ କରିଛନ୍ତି, ତେବେ କୌଣସି ସକାରାତ୍ମକ ନିଷ୍କର୍ଷ ମିଳିନାହିଁ।

Punjab Farmers : ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ,  FTA ରଦ୍ଦ କରିବା ଦାବିରେ ବିରାଟ ଶୋଭାଯାତ୍ରା

Read Entire Article
LEFT SIDEBAR AD

Hidden in mobile, Best for skyscrapers.