Investment proposal: ୟୁଏଇରୁ ୮୪୧୭ କୋଟିର ନିବେଶ ପ୍ରସ୍ତାବ

1 week ago 7
ARTICLE AD BOX

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତର ଦ୍ବିତୀୟ ଦିନରେ ନିବେଶର ବଡ଼ ବାର୍ତ୍ତା ଆସିଛି। ଆଜି ୫ଟି ବୁଝାମଣାପତ୍ର (ଏମ୍‌ଓୟୁ) ଓ ୮ଟି ନିବେଶ ଇଚ୍ଛାପତ୍ର ଜରିଆରେ ୮୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହି ନିବେଶ ରାଜ୍ୟରେ ୧୪,୩୧୦ ନୂଆ ନିଯୁକ୍ତି ସୁଯୋଗ ଆଶା ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଆଜି ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ, ବିଶ୍ବସ୍ତରୀୟ ନିବେଶକ, ଶିଳ୍ପ ଜଗତର ପ୍ରତିନିିଧି ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହ ଏକାଧିକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ୟୁଏଇର ନିବେଶକମାନେ ଓଡ଼ିଶାର ସୂଚନା ପ୍ରଯୁକ୍ତି, ଆଇଟି ସେବା, ରିଅଲ ଇଷ୍ଟେଟ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ, ବିରଳ ମୃତ୍ତିକା, ରସାୟନ, ଆଲୁମିନିୟମ ଓ ସର୍କୁଲାର ଇକୋନମିରେ ନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ।

Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍‌ସା

ମୁଖ୍ୟମନ୍ତ୍ରୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କୁ ଭେଟି ଓଡ଼ିଶା-ୟୁଏଇ ମଧ୍ୟରେ ଆର୍ଥିକ ଓ ନିବେଶ ସହଯୋଗକୁ ମଜଭୁତ କରିବା ନେଇ ଆଲୋଚନା କରିଥିଲେ। ଓଡ଼ିଶାରେ ଥିବା ସମ୍ଭାବନା ଉପରେ ଆଲୋକପାତ କରି ୟୁଏଇର ନିବେଶକ ଓ ବ୍ୟବସାୟୀମାନଙ୍କୁ ଦୀର୍ଘକାଳୀନ ନିବେଶ ଓ ସହଯୋଗିତା ପାଇଁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ। ଏଥି ସହିତ ଓଡ଼ିଶା ନିବେଶ ରୋଡ୍‌ ସୋ’ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ; ଯେଉଁଠାରେ ରାଜ୍ୟର ବିନିର୍ମାଣ, ଧାତବ, ଆନୁଷଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ, ରସାୟନ, ଶକ୍ତି ଆଦି କ୍ଷେତ୍ରରେ ରହିିଥିବା ସମ୍ଭାବନା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା। 

୫ ଏମ୍‌ଓୟୁ, ୮ ନିବେଶ ଇଚ୍ଛାପତ୍ର
ୟୁଏଇ ଅର୍ଥନୀତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ସରାଫ୍‌, ଟ୍ରାନ୍ସୱାର୍ଲଡ ସହ ଆଲୋଚନା

Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ

ମୁଖ୍ୟମନ୍ତ୍ରୀ ସରାଫ୍‌ ଗ୍ରୁପ୍‌ର ସଭାପତି ତଥା ସିିଇଓ ଶ୍ୟାମ କପୁର ଓ ଟ୍ରାନ୍ସୱାର୍ଲଡ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ରିତେଶ ରାମକୃଷ୍ଣନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ ସମ୍ପର୍କିତ ଏକ ଗୋଲ୍‌ଟେବୁଲ୍‌ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଆଲୁମିନିୟମ ଆନୁଷଙ୍ଗିକ ଶିଳ୍ପର ପ୍ରତିନିଧିମାନଙ୍କ ସହ ଆ‌ଲୋଚନା କରିଥିଲେ। ଦୁବାଇସ୍ଥିତ ଇଣ୍ଡିଆନ ବିଜନେସ୍‌ ଆଣ୍ଡ ପ୍ରଫେସନାଲ୍‌ କାଉନ୍‌ସିଲ୍‌ (ଆଇବିପିସି) ସହ ମଧ୍ୟ ଏକ ବୈଠକ ହୋଇଥିଲା, ଯେଉଁଥିରେ ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହେବାକୁ ୟୁଏଇର ଭାରତୀୟ ବ୍ୟବସାୟୀ ଓ ପେସାଦାରମାନଙ୍କୁ କୁହାଯାଇଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୟୁଏଇର ପ୍ରମୁଖ ଆଲୁମିନିୟମ କମ୍ପାନି ‘ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ (ଇଜିଏ) ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା ସମ୍ପର୍କ‌ରେ ଆଲୋଚନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପିଜିଆଇ ଗ୍ରୁପ୍‌ ୟୁଏଇ, ଏମ୍‌ଟିସି ଗ୍ରୁପ୍‌, ହିଦାୟତ ଗ୍ରୁପ୍, ଖିରା ଗ୍ରୁପ୍‌ ଓ ପିଟିସିଏଲ୍‌ ଇନ୍‌ଫ୍ରାର ପ୍ରତିନିଧିମାନେ ଭାଗ ନେଇଥିଲେ। ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.