ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଆବୁଝମାଡରେ ଅବସ୍ଥାପିତ ବିଏସ୍ଏଫ କ୍ୟାମ୍ପରେ ଗତକାଲି (ଗୁରୁବାର) ରାତିରେ ଅଚାନକ ବନ୍ୟା ଜଳ ମାଡି ଆସିବାରୁ କ୍ୟାମ୍ପରେ ୬ ଫୁଟ ଉଚ୍ଚର ପାଣି ପଶିଥିଲା। ସମସ୍ତ ଯବାନ ଅଧରାତିରେ ଜୀବନ ବଞ୍ଚାଇ ଘରର ଟିଣ ଛାତ ଉପରେ ଏବଂ ଗଛ ଉପରେ ଚଢି ନିଜ ଜୀବନ ବଞ୍ଚାଇଛନ୍ତି।
ଯବାନ ଯେ କେବଳ ନକ୍ସଲଙ୍କ ସହ ଲଢୁ ନାହାନ୍ତି। ବରଂ ବିଭିନ୍ନ ଆପଦ ବିପଦର ମଧ୍ୟ ସେମାନେ ସମ୍ମୁଖୀନ ହୋଇ ଲଢେଇ ଜାରି ରଖିଛନ୍ତି। ଗତ କିଛି ଦିନ ହେଲା ଲଗାଣ ବର୍ଷା ଛତିଶଗଡର ଆବୁଝମାଡରେ ଥିବା ନଦୀ ନାଳରେ ପାଣି ଭର୍ତ୍ତି ହୋଇଯାଇଥିଲା। ଯାହାଫଳରେ ନଦୀର ପାଣି ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ପଶିଥିଲା। ସେତେବେଳକୁ ରାତି ପ୍ରାୟ ୧୧ଟା ହେବ। ଯବାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ସମସ୍ତେ ଜୀବନ ବିକଳରେ ଘରର ଟିଣ ଛାତ ଉପରେ ଏବଂ ଗଛ ଉପରେ ଚଢି ଯାଇଥିଲେ। ରାତି ତମାମ ସେଭଳି ଛାତ ଉପରେ ଓ ଗଛ ଉପରେ ଉଜାଗର ରହିଥିଲେ। ସକାଳୁ ନିକଟସ୍ଥ ଆଉ ଏକ ବାଟାଲିୟନର ଯବାନମାନେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା।
Billiards: ଆଇବିଏସ୍ଏଫ୍ ବିଶ୍ବ ବିଲିୟାର୍ଡ୍ସରେ ଖେଳିବେ ଓଡ଼ିଆ ପୁଅ ସୁବ୍ରତ
ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ କ୍ୟାମ୍ପରେ ଥିବା ସମସ୍ତ କାଗଜପତ୍ର,ଵାଏରଲେସ ସେଟ,ରାସନ, ସହ ଅନ୍ୟ ସାମଗ୍ରୀ ଭାସି ଯାଇଥିବା ଜଣାପଡିଛି। ତେବେ ତୁରନ୍ତ ଏହି କ୍ୟାମ୍ପକୁ ଅନ୍ୟତ୍ର ଅବସ୍ଥାପିତ କରିବାକୁ ଯୋଜନା କରାଯାଉଛି।

3 days ago
1


