ARTICLE AD BOX
ଭୁବନେଶ୍ବର: ୟୁନିଟ୍-୧ସ୍ଥିତ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମୀ ପଡ଼ିଆରେ ଚାଲିଥିବା ୩୪ତମ ଜୟନ୍ତ ମହାପାତ୍ର ସ୍ମାରକୀ ଅନ୍ତଃସ୍କୁଲ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ରବିବାର ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍କୁ ୪-୦ ଗୋଲ୍ରେ ପରାସ୍ତ କରି ୟୁନିଟ୍-୧ ସରକାରୀ ବାଳକ ହାଇସ୍କୁଲ୍ ବିଜେତା ହୋଇଛି। ଏଥି ସହିତ ୟୁନିଟ୍-୧ ଦଳକୁ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ମିଳିଛି। ଉପ ବିଜେତା ଦଳକୁ ୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ତୃତୀୟ ସ୍ଥାନ ଦଖଲକାରୀ କିସ୍କୁ ୨୦,୦୦୦ ଏବଂ ଚତୁର୍ଥ ଦଳ ପଳାଶୁଣୀ ହାଇସ୍କୁଲ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଫଳରେ ମୋଟ ୧.୮ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।
Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର
ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି ସମୀର ମହାନ୍ତି, ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଅନୁଗୋଳ ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ, ସମାଜ ସେବୀ ଜଗନ୍ନାଥ ପ୍ରଧାନ, ଫାଓ କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ପ୍ରଶିକ୍ଷକ ଶେଖ୍ ଜବାର୍, ବିଏଏ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ନୀତା ଫୁଟବଲ୍ ଏକାଡେମୀର ଅଧ୍ୟକ୍ଷ ସୁବ୍ରତ ଦାସ, ଭୁବନେଶ୍ୱର ଫୁଟବଲ୍ ଏକାଡେମୀର କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା, ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ ରାଉତରାୟ, ବିଏଏର ବରିଷ୍ଠ ସଦସ୍ୟ ରାଧାନାଥ ମହାପାତ୍ର, ରଜତ ଦାସ, ୟୁନିଟ୍ ୬ ଦୌଡ଼କୁଦ ସଂଘ ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲୀପ କୁମାର ଦାସ, ଉପ ସଭାପତି ଗୌରୀ ପ୍ରହରାଜ, ଭୁବନେଶ୍ୱର ମାର୍କେଟ ବ୍ୟବସାୟୀ ସଂଘ ଉପ ସଭାପତି ରଞ୍ଜିତ୍ ମହାନ୍ତି, ପୂର୍ବତନ ଖେଳାଳି ପ୍ରଦୀପ କୁମାର ବଳିୟାର ସିଂହ, ପୂର୍ବତନ କ୍ରୀଡ଼ା ଶିକ୍ଷକ ସ୍ୱର୍ଗତଃ ଜୟନ୍ତ କୁମାର ମହାପାତ୍ରଙ୍କ ଦୁଇ ପୁତ୍ର ଜାଫ୍ରାନ ମହାପାତ୍ର ଓ ଜିତେନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ତ ରଞ୍ଜନ ପାତ୍ର ସଭା ପରିଚାଳନା କରିଥିଲେ।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

2 weeks ago
6


