International Plastic Bag Free Day: ଆନ୍ତର୍ଜାତିକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ମୁକ୍ତ ଦିବସ

1 month ago 16
ARTICLE AD BOX

ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମୁକ୍ତ ଦିବସ। ଏହି ଅବସରରେ ପରିବେଶ ଉପରେ ପ୍ଲାଷ୍ଟିକ୍‌ ବ୍ୟବହାରର ନକାରାତ୍ମକ ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରାଯାଉଛି। ୨୦୦୯ ମସିହାରେ ‘ଜିରୋ ୱେଷ୍ଟ୍‌ ୟୁରୋପ’ ସଂଗଠନ ଦ୍ବାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ଲାଷ୍ଟିକ୍‌ ଜୈବ ବିଘଟନଶୀଳ ହୋଇନଥିବାରୁ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍‌ ବ୍ୟାଗ୍‌ ହଜାରେ ବର୍ଷ ଯାଏ ପରିବେଶରେ ତିଷ୍ଠି ରହିଥାଏ। ସମ୍ପ୍ରତି ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ସିଂହଭାଗ ଅବଦାନ ରହିଛି ଏବଂ ତାହା ବିଭିନ୍ନ ପରିବେଶ ତଥା ସ୍ବାସ୍ଥ୍ୟ ସଂକଟକୁ ଆମନ୍ତ୍ରଣ କରୁଛି। ତେଣୁ ପ୍ଲାଷ୍ଟିକ୍‌ ଜନିତ ପ୍ରଦୂଷଣକୁ ଦୂର କରିବା ଉଦ୍ଦେଶ୍ୟରେ ବିଶେଷ କରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରିବା ସହ ପୁନର୍ବ୍ୟବହାରକ୍ଷମ ବ୍ୟାଗ୍‌ ଆପଣାଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି।

Horoscope 2026 July 03: ଜାଣନ୍ତୁ ଆଜିର ରାଶିଫଳ...

ବ୍ୟକ୍ତିବିଶେଷ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ସରକାରଙ୍କ ସାମୂହିକ ଉଦ୍ୟମରେ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ରୋକାଯାଇପାରିବ। ୨୦୦୨ରେ ବାଂଲାଦେଶ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଆନୁଷ୍ଠାନିକ ଭାବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରିଥିଲା। ଏହା ପରେ ଭାରତ ସମେତ ଅନେକ ଦେଶ ଏହାକୁ ନିଷେଧ କରିଛନ୍ତି।

Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.