Infrastructure: ଭୁଶୁଡ଼ୁଛି ବେଦବ୍ୟାସ କଲେଜ ଭିତ୍ତିଭୂମି, ବର୍ଷା ହେଲେ ପାଠପଢ଼ା ବନ୍ଦ

1 week ago 4
ARTICLE AD BOX

ରାଉରକେଲା/ବେଦବ୍ୟାସ: ବେଦବ୍ୟାସ କଲେଜକୁ ସରକାରଙ୍କ ଅଣଦେଖା। ଦିନକୁ ଦିନ କଲେଜର ଭିତ୍ତିଭୂମି ଭୁଶୁଡୁଛି। ରକ୍ଷଣାବେକ୍ଷଣକୁ ଏତେଟା ଧ୍ୟାନ ଦିଆଯାଉନି। ଅସୁରକ୍ଷିତ ଆଜବେଷ୍ଟସ୍‌ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ୯ଟି ଶ୍ରେଣୀଗୃହ ଓ ଛାତ୍ରୀ କମନ୍‌ରୁମ୍‌ର ସମାନ ଅବସ୍ଥା। ଯେଉଁଦିନ ବର୍ଷା ହେଉଛି, ସେହିଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହୁଛି। ଆଜବେଷ୍ଟସ୍‌ ‌ଶ୍ରେଣୀଗୃହରେ କାହାର ଝରକା ତ’ ଅନ୍ୟ କାହାର କବାଟ ନାହିଁ। ପୁଣି କେଉଁ ରୁମ୍‌ରେ ଚଟାଣ ଧସିଗଲାଣି। ଏଭଳି ଦୟନୀୟ ସ୍ଥିତିରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ହେଁ, ଧ୍ୟାନ ଦିଆଯାଉନି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହୁଥିବାରୁ ଏହାର ସିଧାସଳଖ ପ୍ରଭାବ ପଢ଼ୁଛି କଲେଜ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ। ପୂର୍ବରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ। ବର୍ତ୍ତମାନ ଏହି ସଂଖ୍ୟା ପାଖାପାଖି ୧୫୦୦ରେ ପହଞ୍ଚିଛି। ଗତ ଦୁଇ ଦିନ ତଳେ ବାଳିକା କମନ୍‌ରୁମ୍‌ରେ ଚଟାଣ ଧସିଯିବାରୁ ଜଣେ ଛାତ୍ରୀ ଆହତ ହୋଇଥିଲେ। କେବଳ ଏତିକି ନୁହେଁ, କଲେଜ ଚତୁଃପାର୍ଶ୍ବରେ ପାଚେରୀ ନଥିବାରୁ ଦୈନନ୍ଦିନ ଅସାମାଜିକ ଯୁବକଙ୍କ ଆଡ଼ା ଜମୁଛି। ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କଲେଜରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ନଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏଭଳି ସମସ୍ୟାରୁ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ବିଭିନ୍ନ କାରଣଦର୍ଶାଇ ଅନ୍ୟ କଲେଜକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି।

ମଞ୍ଜୁର ହୋଇଛି ୧.୬୫ କୋଟି : ଅଧ୍ୟକ୍ଷା

କଲେଜରେ ବେଦବ୍ୟାସ ସମେତ ଲୁଙ୍ଗେଇ, କଲୁଙ୍ଗା, ରାଜଗାଙ୍ଗପୁର, ରାଉରକେଲା, କୁଆରମୁଣ୍ଡା ଏମିତି ସମ୍ବଲପୁର ବାମରାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ନିକଟରେ କଲେଜର ଭିତ୍ତିଭୂମିର ବିକାଶ ପାଇଁ ସରକାର ୧ କୋଟି ୬୫ ଲକ୍ଷ ମଞ୍ଜୁର ହୋଇଛି। ଏଥିରୁ ମାତ୍ର ୩୩% ଅର୍ଥ ଆସିଛି। ବହୁମୁଖୀ କୋଠା, ଛାତ୍ରୀ ଶୌଚାଳୟ, କମନ୍‌ରୁମ୍‌ ଓ ବିଲ୍‌ଡିଂ ନିର୍ମାଣ ଚାଲିଛି। ସେପଟେ ଅସୁରକ୍ଷିତ ଆଜ୍‌ବେଷ୍ଟସ ‌ଶ୍ରେଣୀଗୃହଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରିବାକୁ ଆର୍‌ଆଣ୍ଡବି କଲେଜକୁ ଜଣାଇଥିଲେ ହେଁ, ଅଦ୍ୟାବଧି କିଛି ପଦକ୍ଷେପ ନିଆଯାଇନାହିଁ। ଏ ସଂକ୍ରାନ୍ତରେ କଲେଜର ଅଧ୍ୟକ୍ଷା ସରିତା ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ପାଚେରି ନିର୍ମାଶ କରିବାକୁ ସରକାରଙ୍କ ପାଣ୍ଠିର କୌଣସି ପ୍ରାବଧାନ ନାହିଁ। ବର୍ଷା ଦିନ ଚାଲିଥିବାରୁ ଆଜ୍‌ବେଷ୍ଟସ୍‌ ଶ୍ରେଣୀଗୃହରେ ପାଠପଢ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ। ଛାତ୍ରଛାତ୍ରୀଙ୍କୁ ନୂଆ ବିଲ୍‌ଡିଂରେ ବସିବାକୁ କୁହାଯାଇଛି। ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପାନପୋଷ ସରକାର ଓ ପାନପୋଷ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛୁ। ପାଠପଢ଼ା ସମସ୍ୟା ଦୂର କରିବାକୁ ଖୁବ୍‌ଶୀଘ୍ର ଅତିଥି ଶିକ୍ଷକଙ୍କୁ ନିଯୁକ୍ତି କରିବାରକୁ ସରକାର ଅନୁମତି ଦେଇଛନ୍ତି।

Sundargarh: ସୁନ୍ଦରଗଡ଼ରେ ସୁଷମଖାଦ୍ୟ ବଣ୍ଟନ ପ୍ରହସନ: ଅପପୁଷ୍ଟିରେ ଶିକାର ୨,୮୪୫ ଶିଶୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.