ARTICLE AD BOX
ନୂଆଦିଲ୍ଲୀ: ଅଗରତାଲାରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନର କାର୍ଗୋ ଅଞ୍ଚଳରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିବାପରେ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଇଣ୍ଡିଗୋ ବିମାନ ୬ଇ୬୫୦୪ରେ ୧୦୩ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ବିମାନର କାର୍ଗୋ ହୋଲ୍ଡରୁ ଧୂଆଁ ଦେଖାଯିବାପରେ ତୁରନ୍ତ ଜରୁରୀକାଳୀନ ପ୍ରୋଟକଲ୍କୁ ସକ୍ରିୟ କରାଯାଇଥିଲା। ଏହାପରେ ବିମାନଟିକୁ ସନ୍ଧ୍ୟା ୬ଟା ୨୯ରେ ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା। ଲକ୍ଷ୍ନୌ ବିମାନବନ୍ଦର ପକ୍ଷରୁ ତୁରନ୍ତ ପୂର୍ଣ୍ଣ ଇମର୍ଜେନ୍ସି ପଦକ୍ଷେପ ଗ୍ରହଣ ହୋଇଥିଲା।
ଆହୁରି ପଢନ୍ତୁ: Asia Cup: କନିଷ୍ଠ ଏସିଆ କପ୍ ହକି ବିଜେତା ଭାରତୀୟ ଦଳରେ ‘ଓଡ଼ିଶା ନାଭାଲ ଟାଟା ହକି’ର ୮ ଖେଳାଳି
ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ, ମେଡିକାଲ ଟିମ୍, ସୁରକ୍ଷା କର୍ମଚାରୀ ଓ ଟର୍ମିନାଲ୍ ସପୋର୍ଟ ଟିମ୍ ମୁତୟନ ହୋଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ଯେମିତି ସୁରକ୍ଷିତ ରହିବେ ଏବଂ ସମସ୍ତଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ ସେନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଥିଲା। ଇତିମଧ୍ୟରେ ଅନ୍ୟ ଏକ ପୃଥକ୍ ଘଟଣାରେ ଚଳିତ ମାସ ଆରମ୍ଭରେ ବାରାଣସୀରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେପ୍ଟେମ୍ବର ୩ ତାରିଖରେ ଲକ୍ଷ୍ନୌ ବିମାନବନ୍ଦରରେ ସତର୍କତାମୂଳକ ଅବତରଣ କରିଥିଲା। ବିମାନର କାର୍ଗୋ ହୋଲ୍ଡ୍ରେ ଧୂଆଁ ଦେଖାଯିବା ପରେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ହୋଇଥିଲା।

2 days ago
1


