Indian Missing: ହର୍ମୁଜ୍ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଇରାନର ଆକ୍ରମଣ: ଜଣେ ଭାରତୀୟ ନିଖୋଜ, ୧୦ ଉଦ୍ଧାର

3 weeks ago 12
ARTICLE AD BOX

ମସ୍କାଟ/ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟବର୍ତ୍ତୀ ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସର ପତାକାଧାରୀ ଏକ ବାଣିଜ୍ୟିକ ଜାହାଜ ''ଜିଏଫ୍ଏସ୍ ଗାଲାକ୍ସି'' ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି। ଆକ୍ରମଣ ଯୋଗୁଁ ଜାହାଜରେ ନିଆଁ ଲାଗିଯାଇଥିଲା। ଏହି ଜାହାଜରେ ଥିବା ୧୧ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣେ ଭାରତୀୟ ଏବେ ମଧ୍ୟ ନିଖୋଜ ଅଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି।

ଆମେରିକା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ

ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ମିଶି ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନ୍ୟପଟେ, ଇରାନ ଏହି ଆକ୍ରମଣକୁ ଯଥାର୍ଥ ଦର୍ଶାଇ କହିଛି ଯେ ଜାହାଜଟି ‘ଅନୁମତିବିହୀନ’ ମାର୍ଗରେ ଗତି କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଘଟଣା ପରେ ଇରାନ ବିଶ୍ୱର ପ୍ରମୁଖ ତୈଳ ପରିବହନ ମାର୍ଗ ହରମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ପରେ ଆମେରିକା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ ହୋଇଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ସରକାର ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ବାଣିଜ୍ୟିକ ଜାହାଜ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ ନକରିବାକୁ ଅପିଲ କରିଛନ୍ତି ଏବଂ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ତୁରନ୍ତ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି। ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ବାରମ୍ବାର ଚେତାବନୀ ସତ୍ତ୍ୱେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଥିବାରୁ ଇରାନକୁ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିବ।

SIR Voter List: ନୂଆ ଭୋଟର ହେବା ପାଇଁ ନିୟମ ପରିବର୍ତ୍ତନ କଲେ ନିର୍ବାଚନ କମିସନ: ଫର୍ମ-୬ରେ ଯୋଡାଗଲା ବିଭାଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.