India: ସାଉଦି ଆରବର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କଲା ଭାରତ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରକଳ୍ପ ଓ ଜନସାଧାରଣ ବ୍ୟବହାର କରୁଥିବା ଭିତ୍ତିଭୂମି ଉପରେ ୟେମେନର ହୁତି ବିଦ୍ରୋହୀଙ୍କ ଭୟାବହ ଡ୍ରୋନ୍କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତ ବୁଧବାର ଦୃଢ଼ ଶବ୍ଦରେ ନିନ୍ଦା କରିଛି। ଏହି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ବିପନ୍ନ କରିବା ସହ ''ବାବ୍-ଏଲ୍-ମାଣ୍ଡେବ୍'' ସାମୁଦ୍ରିକ ପ୍ରଣାଳୀରେ ନୌଚାଳନାର ସ୍ୱାଧୀନତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହିପରି ଆକ୍ରମଣ ଗ୍ରହଣଯୋଗ୍ୟ ନୁହେଁ: ରଣଧୀର ଜୈସୱାଲ

ବୈଦେଶିକ ମନ୍ତ୍ରଣାଳୟର ସରକାରୀ ପ୍ରବକ୍ତା ରଣଧୀର ଜୈସୱାଲ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ସାଉଦି ଆରବର ସାର୍ବଭୌମ ଆଞ୍ଚଳିକ ସୀମା, ବିଶେଷ କରି ସାଧାରଣ ନାଗରିକ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି କରାଯାଉଥିବା ଏହିପରି ଆକ୍ରମଣ ଗ୍ରହଣଯୋଗ୍ୟ ନୁହେଁ। ସାଉଦି ଅରବର ତୈଳ କମ୍ପାନୀ ''ଆରାମକୋ''ର ଶୋଧନାଗାର ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ଲକ୍ଷ୍ୟ କରି ହୁତି ବିଦ୍ରୋହୀମାନେ ଏକ ବ୍ୟାପକ ସାମରିକ ଅଭିଯାନ ଚଳାଇଥିବା ଦାବି କରିବା ପରେ ଭାରତ ପକ୍ଷରୁ ଏହି କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଆକ୍ରମଣ ଯୋଗୁଁ ଅନେକ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ସହ ପ୍ରାୟ ୭୩ ଜଣ ଆହତ ହୋଇଥିବା ସାଉଦି କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଇରାନ ''ହୋରମୁଜ ପ୍ରଣାଳୀ'' ବନ୍ଦ କରିବା ପରେ ସାଉଦି ଅରବ ତାର ତୈଳ ରପ୍ତାନି ପାଇଁ ଲୋହିତ ସାଗର ଓ ଆଡେନ୍ ଉପସାଗରକୁ ଯୋଡ଼ୁଥିବା ବାବ୍-ଏଲ୍-ମାଣ୍ଡେବ୍ ଜଳପଥ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଏହି ମାର୍ଗ ଦେଇ ସାଉଦିର ତୈଳ ପରିବହନ ଗତବର୍ଷ ତୁଳନାରେ ୮ ଗୁଣ ବୃଦ୍ଧି ପାଇଛି। ଭାରତ ରୁଷିଆରୁ ଅଧିକ କ୍ରୁଡ୍ ଅଏଲ୍ ଆମଦାନୀ କରୁଥିଲେ ସୁଦ୍ଧା ସାଉଦି ଅରବ ଏବେ ବି ଭାରତର ଶୀର୍ଷ ତିନୋଟି ଶକ୍ତି ଯୋଗାଣକାରୀ ଦେଶ ମଧ୍ୟରେ ରହିଛି। ଏହି ଆକ୍ରମଣକୁ ପାକିସ୍ତାନ ଏବଂ ତୁର୍କୀ ମଧ୍ୟ କଡ଼ା ନିନ୍ଦା କରିଛନ୍ତି।

ଦୁର୍ଗାପୂଜା ସହ ଖାଦ୍ୟ ସଂସ୍କୃତିର ଗଭୀର ସମ୍ପର୍କ ରହିଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.