ARTICLE AD BOX
ମୋକି (ଚୀନ୍): ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବଡ଼ ବ୍ୟବଧାନରେ ହରାଇ ଭାରତୀୟ ଯୁବା ଦଳ ଚଳିତ ଏସିଆ କପ୍ କନିଷ୍ଠ ମହିଳା ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର କ୍ବାର୍ଟରଫାଇନାଲ୍ରେ ବିଜେତା ଭାରତ ଏକପାଖିଆ ଭାବେ ୧୯-୦ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଛି। ମ୍ୟାଚ୍ର ସପ୍ତମ ମିନିଟ୍ରେ ଓଡ଼ିଆ ଝିଅ ପୂଜା ସାହୁଙ୍କ ଭାରତ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ରୋଶନୀ ଐନ୍ଦ (୯ ମିନିଟ୍), ତନୁଶ୍ରୀ କାଦୁ (୧୧ ମିନିଟ୍), ସୁଖବୀର କୌର (୧୩ ମିନିଟ୍) ଓ ସାନିକା ଚନ୍ଦ୍ରକାନ୍ତ ମାନେ (୧୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ପ୍ରଥମ କ୍ବାର୍ଟରରେ ୫-୦ରେ ଆଗରେ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ବି ଭାରତ ପୁଣି ୫ ଗୋଲ୍ ଦେଇଥିଲା।
ଏହି ବିଜୟ ସହ ଭାରତ ଏବେ ରହିଛି ଲକ୍ଷ୍ୟରେ
ଏହି ଗୋଲ୍ଗୁଡ଼ିକ ମଧୁ ସିଦାର (୧୬ ମିନିଟ୍), ଗୀତା ଯାଦବ (୧୮ ମିନିଟ୍), ସାନିକା (୨୩ ମିନିଟ୍), ଓଡ଼ିଆ ଝିଅ ତନୁଜା ଟୋପ୍ପୋ (୨୫ ମିନିଟ୍) ଓ ପୂଜା ମଲ୍ଲିକ (୨୭ ମିନିଟ୍) ଦେଇଥିଲେ। ତୃତୀୟ କ୍ବାର୍ଟରରେ ପୂର୍ଣ୍ଣିମା ଯାଦବ (୩୩ ମିନିଟ୍), ମଧୁ (୩୯ ମିନିଟ୍) ଓ ସୁପ୍ରିୟା (୪୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ୧୩-୦ରେ ଅଗ୍ରଣୀ ଦେଇଥିଲେ। ଶେଷ କ୍ବାର୍ଟରରେ ଭାରତ ଆକମ୍ରଣକୁ ବଢ଼ାଇ ୬ ଗୋଲ୍ ଲଦି ୧୯-୦ରେ ବିଜୟ ମୁଣ୍ଡି ମାରିଥିଲା। ଏହି କ୍ବାର୍ଟର କ୍ରୀଷ୍ଣା ଶର୍ମା (୪୮ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରୁ ଆରମ୍ଭ ହୋଇଥିଲା। ଏହା ପରେ ପୂଜା ମଲ୍ଲିକ (୪୯, ୫୧ ମିନଟ୍) ଦୁଇଟି ଫିଲ୍ଡ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଶେଷରେ ସୁପ୍ରିୟା (୫୪ ମିନିଟ୍), ବିନିମା ଧାନ୍ (୫୫ ମିନିଟ୍) ଓ ରୋଶନୀ (୬୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଏହି ବିଜୟ ସହ ଭାରତ ଏବେ ଏହି ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ମୁକୁଟ୍ ଲକ୍ଷ୍ୟରେ ରହିଛି। ୨୦୨୩ ଓ ୨୦୨୪ରେ ବିଜେତା ହୋଇଥିଲା।
Football Match: ଭାରତ ଆସିବେ ଭିନିସିଅସ୍ ଜୁନିୟର, ରାଫିନା; କୋଲ୍କାତା ମ୍ୟାଚ୍ ଲାଗି ବ୍ରାଜିଲ୍ ଦଳ ଘୋଷିତ

1 week ago
6


