India's greenhouse gas: କମିଛି ଭାରତର ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ

3 days ago 4
ARTICLE AD BOX

ପ୍ରାୟ ୭.୬ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହୋଇଥିଲେ ବି ୨୦୨୫ରେ ଭାରତର ଗ୍ରିନ୍‌ ହାଉସ୍‌ ବା ଉତ୍ତାପଆବଦ୍ଧକାରୀ ବାଷ୍ପ ନିର୍ଗମନ ୦.୨ ପ୍ରତିଶତ ହ୍ରାସ ପାଇଛି। ଆଲାଇନ୍‌ସ ଗ୍ରିନ୍‌ ଟ୍ରାଞ୍ଜିସନ୍‌ ଟ୍ରାକର୍‌ ୨୦୨୬ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆର୍ଥିକ ଅଭିବୃଦ୍ଧି ସତ୍ତ୍ବେ ଗତ ୨୫ ବର୍ଷ ଭିତରେ ଏହା ହେଉଛି ଦେଶର ପ୍ରଥମ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ ହ୍ରାସ। 
ଆଲାଇନ୍‌ସ ଗ୍ରିନ୍‌ ଟ୍ରାଞ୍ଜିସନ୍‌ ଟ୍ରାକର୍‌ ୨୦୨୬ ରିପୋର୍ଟ ଦର୍ଶାଇଛି ଯେ ୪,୫୦୮ ନିୟୁତ ଟନ୍‌ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିର୍ଗମନ କମିଥିବାରୁ ଭାରତ ୫ଟି ସ୍ଥାନ ଉପରକୁ ଯାଇ ଏବେ ୪୫ତମ ରୢାଙ୍କ୍‌ରେ ପହଞ୍ଚିପାରିଛି। କିନ୍ତୁ, ମୁଣ୍ଡପିଛା ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ ଏବଂ ସବୁବେଳେ ଜୀବାଶ୍ମ ତେଲ ଉପରେ ନିର୍ଭର କରାଯାଉଥିବାରୁ ଭାରତର ଏହି ଅଗ୍ରଗତି ଦୁର୍ବଳ ହୋଇଯାଉଛି।

ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ‘ଫ୍ରେମ୍‌ୱାର୍କ କନ୍‌ଭେନ୍‌ସନ୍‌’ ‘ଥାର୍ଟିଫାଷ୍ଟ୍‌ କନ୍‌ଫରେନ୍‌ସ ଅଫ୍ ଦି ପାର୍ଟିଜ୍‌’ ବା ‘ସିଓପି-୩୧’ ଅବ୍ୟବହିତ ପୂର୍ବରୁ ନଭେମ୍ବର ୫ ତାରିଖ ଦିନ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ହିସାବ କରାଯାଇଛି ଯେ ସାରା ବିଶ୍ବରେ ୮୧ ପ୍ରତିଶତ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ ପାଇଁ ୬୫ଟି ଦେଶର ଅର୍ଥନୀତି ଦାୟୀ।
ଭାରତର ଅଗ୍ରଗତି ସ୍କୋର୍‌ ୪.୫ ପଏଣ୍ଟ୍‌ ବଢ଼ି ୧୪.୬ ପଏଣ୍ଟ୍‌ ହୋଇଛି। କିନ୍ତୁ, ସାରା ପୃଥିବୀରେ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ ହାରାହାରି ୨ ପଏଣ୍ଟ୍‌ କମିଛି। ୨୦୫୦ ବେଳକୁ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ କମିବ ବୋଲି ଭାରତ ୨୦୧୫ରୁ ଚେଷ୍ଟା ଚଳାଇଆସୁଛି। ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ କମାଇବା କ୍ଷେତ୍ରରେ ସବୁଠୁ ବେଶି ଅବଦାନ ରହିଛି ବଢ଼ିଚାଲିଥିବା ଲୋ-କାର୍ବନ୍‌ ଇଲେକ୍ଟ୍ରିସିଟିର ବ୍ୟବହାର। ୨୦୨୪ରେ ଲୋ-କାର୍ବନ୍‌ ଇଲେକ୍ଟ୍ରିସିଟିର ଅଭିବୃଦ୍ଧି ଥିଲା ୨୨.୪ ପ୍ରତିଶତ। ୨୦୨୫ରେ ଏହା ବଢ଼ି ବଢ଼ି ୨୬.୬ ପ୍ରତିଶତ ହୋଇଛି। ୧୯୮୫ରୁ ହିସାବ କରାଯାଉଥିବା ବାର୍ଷିକ ବୃଦ୍ଧି ତାଲିକାରେ ଏହା ହେଉଛି ସବୁଠୁ ଅଧିକ।

ଆଲାଇନ୍‌ସ ଗ୍ରିନ୍‌ ଟ୍ରାଞ୍ଜିସନ୍‌ ଟ୍ରାକର୍‌ ୨୦୨୬ ରିପୋର୍ଟ ଦର୍ଶାଇଛି ଯେ ୪,୫୦୮ ନିୟୁତ ଟନ୍‌ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିର୍ଗମନ କମିଥିବାରୁ ଭାରତ ୫ଟି ସ୍ଥାନ ଉପରକୁ ଯାଇ ଏବେ ୪୫ତମ ରୢାଙ୍କ୍‌ରେ ପହଞ୍ଚିପାରିଛି।

ଦେଶରେ କ୍ଲିନ୍‌ ଇଲେକ୍ଟ୍ରିସିଟି ଉତ୍ପାଦନ ୯୭ ଟେରାୱାଟ୍‌-ଆୱାର୍‌ ବା ‘ଟିଡବ୍ଲୁଏଚ୍‌’ ବୃଦ୍ଧି ପାଇଛି। ଚାହିଦା ୪୯ ଟିଡବ୍ଲୁଏଚ୍‌ ଥିବା ବେଳେ ଏହାର ଉତ୍ପାଦନ ହାରାହାରି ୨ଗୁଣ ବୃଦ୍ଧି ପାଇଛି। ସୌରଶକ୍ତି ୩୭ ପ୍ରତିଶତ ଅଧିକ ଉତ୍ପାଦିତ ହେବାରୁ ସେଥିରୁ ୫୩ ଟିଡବ୍ଲୁଏଚ୍‌, ପବନଶକ୍ତିରୁ ୨୮ ପ୍ରତିଶତ ଅଧିକ ଉତ୍ପାଦିତ ହେବାରୁ ସେଥିରୁ ୨୩ ଟିଡବ୍ଲୁଏଚ୍‌ ମିଳିଛି। ଫଳରେ କୋଇଲା ପୋଡ଼ାଯାଇ ଉତ୍ପାଦିତ ହେଉଥିବା ବିଜୁଳିଶକ୍ତି ୨.୯ ପ୍ରତିଶତ କମିଛି। ଏଥିଯୋଗୁଁ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ ପ୍ରାୟ ୩ ପ୍ରତିଶତ କମିଛି। ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ କମାଇବାରେ ଅନୁକୂଳ ପାଗ ମଧ୍ୟ କିଛି ପରିମାଣରେ ସାହାଯ୍ୟ କରିଛି। ତାପମାତ୍ରା ଅପେକ୍ଷାକୃତ ମୃଦୁ ରହିବାରୁ ବିଜୁଳିଶକ୍ତି ଚାହିଦା କମ୍‌ ରହିଲା। ତା’ଛଡ଼ା ମୌସୁମୀ ବାୟୁ ପ୍ରବାହଜନିତ ଅଧିକ ବୃ‌ଷ୍ଟିପାତ ଯୋଗୁଁ ମଧ୍ୟ ଜଳ ବିଦ୍ୟୁତ୍‌ ଉତ୍ପାଦନ ୧୪ ପ୍ରତିଶତ ବୃଦ୍ଧିପାଇଲା। ୨୦୨୫ରେ ଭାରତର କାର୍ବନ୍‌ ତୀବ୍ରତା ୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ବିଜୁଳିଶକ୍ତି ତୀବ୍ରତା ୬ ପ୍ରତିଶତ ହ୍ରାସ ପାଇଛି। ଏଥିଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗାମୀ ହୋଇ ସୁଦ୍ଧା ଗ୍ରିନ୍‌ହାଉସ୍‌ ବାଷ୍ପ ନିର୍ଗମନ କମିଯାଇଥିଲା।

ଆଲାଇନ୍‌ସ ରିସର୍ଚରେ ଥିମାଟିକ୍‌ ଆଣ୍ଡ୍‌ ପଲିସି ରିସର୍ଚର ମୁଖ୍ୟ କାତ୍ରିନା ୟୁଟୋର୍‌ମୋଲ୍‌ କହିଛନ୍ତି- ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି। ଅର୍ଥନୀତି ବଳିଷ୍ଠ ହୋଇ ବଢ଼ିଚାଲିଥିଲେ ବି ଗ୍ରିନ୍‌ହାଉସ୍‌ ବାଷ୍ପ ନିର୍ଗମନ ନିମ୍ନଗାମୀ ହେଉଛି। ସେ ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ ବିଜୁଳିଶକ୍ତି ଚାହିଦା ବଢୁଥିବାରୁ ଏହି ନିମ୍ନଗାମୀ ସ୍ତର ବଜାୟ ରଖିବା ସବୁଠୁ ବେଶି କଷ୍ଟକର ହୋଇପାରେ। ୨୦୨୬ରେ କିନ୍ତୁ ଓଲଟା କଥା ଦେଖାଯାଉଛି। ଚଳିତ ବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମାସ ମଧ୍ୟରେ କୋଇଲାରୁ ଉତ୍ପାଦିତ ତାପଜ ବିଜୁଳି ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟସୀମା ମଧ୍ୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ୧୧ ପ୍ରତିଶତରୁ ଅଧିକ କମିଛି। ପୃଥିବୀର ଯେଉଁ ୬୫ଟି ଦେଶର ଅର୍ଥନୀତିକୁ ହିସାବ କରାଯାଇଛି, ସେଥିରୁ ୫୬ଟି ଦେଶ ଗ୍ରିନ୍‌ ହାଉସ୍‌ ବାଷ୍ପ ନିର୍ଗମନ କମାଇବାରେ କିଛି ମାତ୍ରାରେ ଅଗ୍ରଗତି କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୫ରେ ସାରା ପୃଥିବୀରେ ସବୁଠୁ ଅଧିକ ବିଜୁଳି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅକ୍ଷୟଶକ୍ତି କୋଇଲାକୁ ଟପିଯାଇଥିଲା। ସେବର୍ଷ କୋଇଲାରୁ ୩୩.୨ ପ୍ରତିଶତ ବିଜୁଳିଶକ୍ତି ଉତ୍ପାଦିତ ହୋଇଥିବାବେଳେ ଅକ୍ଷୟଶକ୍ତିରୁ ଉତ୍ପାଦନ ହୋଇଥିଲା ୩୩.୫ ପ୍ରତିଶତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.