India Hockey: ହକି ବିଶ୍ବକପ୍‌ ଦଳରେ ଅମିତ, ଶିଳାନନ୍ଦ

1 week ago 8
ARTICLE AD BOX

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସରେ ଖେଳାଯିବାକୁ ଥିବା ହକି ବିଶ୍ବକପ୍‌ ପାଇଁ ହକି ଇଣ୍ଡିଆ ମଙ୍ଗଳବାର ଦଳ ଘୋଷଣା କରିଛି। ଅଭିଜ୍ଞ ଡିଫେଣ୍ଡର୍‌ ତଥା ଡ୍ରାଗ୍ ଫ୍ଲିକର୍‌ ହର୍ମନପ୍ରୀତ୍‌ ସିଂହ ଦଳର ନେତୃତ୍ବ ନେବେ। ଘୋଷିତ ୨୦ ଜଣିଆ ଦଳରେ ଦୁଇ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଭାରତୀୟ ହକି ନୂଆ ଅଧ୍ୟୟ ଲେଖିବ ବୋଲି ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲ୍‌ଟନ୍‌ ଆତ୍ମବିଶ୍ବାସର ସହ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ପୁଲ୍‌ ‘ଡି’ରେ ସ୍ଥାନ ପାଇଥିବାବେଳେ ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ୱେଲ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ହର୍ମନପ୍ରୀତ୍‌ଙ୍କ ଦଳରେ ଭେଟେରାନ୍‌ ମିଡ୍‌ଫିଲ୍ଡର୍‌ ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ମନପ୍ରୀତ୍‌ ସିଂହଙ୍କ ଅଭିଜ୍ଞତା ସହିତ ଏକାଧିକ ଯୁବ ଖେଳାଳିଙ୍କ ଉପସ୍ଥିତି ମଧ୍ୟ ରହିଛି। କେବଳ ଖ୍ୟାତି ଅନୁସାରେ ନୁହେଁ ପ୍ରଦର୍ଶନ ଆଧାରରେ ଏକ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଦଳରେ ନିଆଯାଇଛି ବୋଲି ପ୍ରଶିକ୍ଷକ ଫୁଲ୍‌ଟନ୍‌ ପ୍ରକାଶ କରିଛନ୍ତି।

ରକ୍ଷଣଭାଗ ସମ୍ଭାଳିବେ ଜର୍ମାନପ୍ରୀତତ୍ସିଂହ

ଗୋଲକିପିଂ ଦାୟିତ୍ବ ମୋହିତ ଏଚ୍‌ଏସ ଏବଂ ସୂରଜ କରକେରାଙ୍କ ଉପରେ ରହିଛି। ରକ୍ଷଣଭାଗ ସମ୍ଭାଳିବେ ଜର୍ମାନପ୍ରୀତତ୍ସିଂହ, ହର୍ମନପ୍ରୀତ୍‌ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ, ସଂଜୟ, ସୁମିତ ଓ ୟାଶଦୀପ ସିୱାଚ୍‌। ସେହିଭଳି ଦଳର ମଧ୍ୟଭାଗ ଦାୟିତ୍ବ ତୁଲାଇବେ ମନପ୍ରୀତ୍‌ ସିଂହ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦଙ୍କ ସହିତ ନୀଳକାନ୍ତ ଶର୍ମା ଏବଂ ଦୁଇ ଯୁବ ତାରକା ରାଜିନ୍ଦର ସିଂହ, ଆଦିତ୍ୟ ଆର୍ଜୁନ ଲାଲାଗେ। ଦଳର ଆକ୍ରମଣ ଦାୟିତ୍ବ ତଥା ଫରୱାର୍ସ ଭାବେ ଖେଳିବେ ମନଦୀପ୍‌ ସିଂହ, ଦିଲପ୍ରୀତ୍‌ ସିଂହ, ଅଭିଷେକ, ସୁଖଜିତ୍‌ ସିଂହ ଓ ଶିଳାନନ୍ଦ ଲାକ୍ରା।

Lionel Messi: ବିଶ୍ବକପ୍‌ ପରାଜୟ ଚିର ଯନ୍ତ୍ରଣା ହୋଇ ରହିବ: ମେସି

ପୁଲ୍‌ ‘ଡି’ରେ ଭାରତ ସହିତ ୱେଲ୍ସ, ପାକିସ୍ତାନ ଓ ଇଂଲଣ୍ଡ ରହିଛନ୍ତି। ନେଦରଲାଣ୍ଡ୍‌ସର ଆମଷ୍ଟଲଭିନଠାରେ ଭାରତ ନିଜ ସମସ୍ତ ପୁଲ୍‌ ମ୍ୟାଚ୍‌ ଖେଳିବ। ଜୁଲାଇ ୧୫ରେ ୱେଲ୍ସ, ୧୭ରେ ଇଂଲଣ୍ଡ ଏବଂ ୧୯ ତାରିଖରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳିବ ହର୍ମନପ୍ରୀତ୍‌ଙ୍କ ଦଳ। ଭାରତ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ୩ ସଂସ୍କରଣରେ ପଦକ ଜିତିବା ପରଠାରୁ ୫୧ ବର୍ଷ ହେଲାଣି ସଂଘର୍ଷ କରି ଆସୁଛି। ଏହି ଅଲୋଡ଼ା ଧାରାକୁ ପରିବର୍ତନ କରିବାକୁ ହର୍ମନପ୍ରୀତ୍ ଓ ଫୁଲଟନ୍‌ ଆଶାବାଦୀ ଅଛନ୍ତି। ସୂଚନାଯୋଗ୍ୟ, ଭାରତ ୧୯୭୧ରେ କାଂସ୍ୟ, ୧୯୭୩ରେ ‌ରୌପ୍ୟ ଏବଂ ୧୯୭୫ରେ ସ୍ବର୍ଣ୍ଣ ପଦକ ଜିତିଥିଲା। ବିଗତ ଦୁଇ ସଂସ୍କରଣ ଓଡ଼ିଶାରେ ଖେଳାଯାଇଥିଲେ ମଧ୍ୟ ଭାରତ ପଦକ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.