ARTICLE AD BOX
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଗୁଗଲର ଡାଟା ସେଣ୍ଟର ପ୍ରକଳ୍ପକୁ ବିରୋଧ ଆରମ୍ଭ ହୋଇଛି। ପରିବେଶବିତ୍ମାନେ ଏକାଠି ହୋଇ ବିଶାଖାପାଟଣାରେ ଶୋଭାଯାତ୍ରା କରିଥିଲେ। ‘ଆମେ ଡାଟା ପିଇପାରିବୁ ନାହିଁ’ ପ୍ଲାକାର୍ଡ ଧରିଥିଲେ ଓ ନିଜ ହାତରେ ଗୁଗଲର ଲୋଗୋ ଲାଗିଥିବା ହାତକଡ଼ି ଲଗାଇଥିଲେ। ଏହି ପ୍ରକଳ୍ପ ଦ୍ବାରା ଜଳସ୍ତର ଓ ପରିବେଶ ଉପରେ ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି। ଗ୍ରିନ ବିଶାଖା ନାମକ ସଂସ୍ଥାର ପ୍ରତିଷ୍ଠାତା ରାଜା ରାମ ମୋହନ ରାୟ କହିଛନ୍ତି ଯେ ଲୋକମାନଙ୍କ ଜୀବନଜୀବିକା ବଦଳରେ ବିକାଶ ଗ୍ରହଣୀୟ ନୁହେଁ।
ଏନେଇ ମାମଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ପହଞ୍ଚିଛି। ପରିବେଶକର୍ମୀମାନେ କରିଥିବା ଅଭିଯୋଗ ଉପରେ ଜବାବ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ତେବେ ସରକାରଙ୍କ ମତ ହେଉଛି ପ୍ରତିବାଦ କରିବା ଏକ ଗଣତାନ୍ତ୍ରିକ ଅଧିକାରୀ। ସେମାନଙ୍କ ଅଭିଯୋଗରେ ଯଦି କିଛି ବି ସତ୍ୟତା ଥିବ ତେବେ ସେ ନେଇ ଆଲୋଚନା ହେବ ଓ ସମସ୍ୟାର ସମାଧାନ କରାଯିବ। ତେବେ ଗୁଗଲ ପ୍ରକଳ୍ପକୁ ନେଇ ପରିବେଶକର୍ମୀମାନେ କରିଥିବା ଆପତ୍ତି ଭୁଲ ଓ ବିଭ୍ରାନ୍ତୀକର ବୋଲି ସରକାରଙ୍କ ସୂତ୍ରରୁ ଗଣମାଧ୍ୟମକୁ କୁହାଯାଇଛି।
ଲଙ୍କା ଖାଇ ଆମେରିକାର ୨୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ: ୩୪୫ ହସ୍ପିଟାଲରେ ଭର୍ତ୍ତି
ଗୁଗଲ ଏହି ପ୍ରକଳ୍ପରେ ୧୫ ବିଲିଅନ ଡଲାର ନିବେଶ କରୁଛି ଯାହା ଭାରତରେ ହେଉଛି କମ୍ପାନିର ସର୍ବବୃହତ୍ ନିବେଶ। ଏହି ପ୍ରକଳ୍ପକୁ ଆଦାନୀ ଗ୍ରୁପ୍ ନିର୍ମାଣ କରିବ। ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ଓ ଶବ୍ଦ ପ୍ରଦୂଷଣ ଦ୍ବାରା ପ୍ରକଳ୍ପ ସ୍ଥଳଠାରୁ ମାତ୍ର ୮୬୦ ମିଟର ଦୂରରେ ଥିବା କମ୍ବଳକୋଣ୍ଡା ବନ୍ୟଜନ୍ତୁ ଅଭୟାରଣ୍ୟରେ ଥିବା, ବିଶେଷ କରି ଚିତାବାଘ ଓ ବଜ୍ରକାପ୍ତାମାନେ ପ୍ରଭାବିତ ହେବ। ଏହାର ଉତ୍ତରରେ ସରକାର କହିଛନ୍ତି ଯେ ଶବ୍ଦ ପ୍ରଦୂଷଣ ରୋକିବାକୁ ବ୍ୟବସ୍ଥା କରାଯିବ।

1 hour ago
2


