ARTICLE AD BOX
ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମହୁଲି ମଦ ପ୍ରସ୍ତୁତି ଓ ଚୋରାଚାଲାଣ ଉପରେ ବ୍ୟାପକ ଚଢଉ କରାଯାଉଛି। ଆଜି ବିଭିନ୍ନ ସ୍ଥାନରେ ଚଢଉ କରି ୧୬ଟି ଅବକାରୀ ମାମଲା ରୁଜୁ କରିଛି। ଏହାସହ ୧,୧୭୩ ଲିଟର ବେଆଇନ ଦେଶୀ ରନ୍ଧା ମଦ, ୧୭,୧୫୦ କେଜି ମହୁଲପୋଚ ଜବତ କରାଯାଇଛି। ମଦ ପ୍ରସ୍ତୁତି ଓ ବିକ୍ରିରେ ସଂପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି।
Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ
ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୁକୁଡ଼ା ମଙ୍ଗଳ ବଜାରର ରୀତା ଓରାମ, ରତ୍ନୀ ତିର୍କି ଓ ଜଗନ୍ନାଥ ଓରାମ, ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳର ନାଲି ସାମନ୍ତ, ରାଇମୁନି ଛତର, ରୁକ୍ମଣୀ ମୁଣ୍ଡା, ରାଜେଶ୍ୱରୀ ଜୟସ୍ବାଲ, ଆଶା ପୂର୍ତ୍ତି, ଶୀତଳ ମୁଣ୍ଡା, ଶ୍ରୀମତି ବାଲମୁଚୁ, ନାମସୀ ହେମ୍ବ୍ରମ, ପିଙ୍କି ସିଙ୍କୁ, ମମତା ସିହ୍ନା, ସାମ୍ବାରୀ ମୁଣ୍ଡା ଓ ଶୀଳା ରାଓ। ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ବାଳଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢଉରେ ଏସ୍ଆଇ ଦେବେନ୍ଦ୍ର ବରିହା, ଜ୍ଞାନେଶ୍ବରୀ ବିଶ୍ବାଳ, ରୋହିତ ଡନସନା, ଏଏସ୍ଆଇ ଆଲୋକ ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

1 week ago
7


