ARTICLE AD BOX
ସୋର: ବାଲେଶ୍ବର ଜିଲ୍ଲା ଗୋପୀନାଥପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜି ଖାଇ ୫୦ ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ଏବଂ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Accident: ବିବାହ ଭୋଜି ପାଇଁ ଖୁସିରେ ପାଣି ଆଣିବାକୁ ଯାଇଥିଲେ; ଦୁର୍ଘଟଣାରେ ପ୍ରାଣ ହାରିଲେ
ସୂଚନା ମୁତାବକ: ଶୁକ୍ରବାର (୧୦ ତାରିଖ) ରାତିରେ ଗୋପୀନାଥପୁର ଗ୍ରାମର କାହ୍ନୁଚରଣ ଓଝାଙ୍କ ବାହାଘର ଭୋଜି ଦିଆଯାଇଥିଲା।
/filters:format(webp)/sambad/media/media_files/2026/07/12/marriage-feast-food-poisiioning-2026-07-12-21-50-44.jpeg)
ଭୋଜି ଖାଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଶନିବାର ସକାଳେ ୩୦ରୁ ଅଧିକ ପୁରୁଷ ଓ ମହିଳା ଅସୁସ୍ଥ ହୋଇ ଅନନ୍ତପୁର ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା।
LPG Shortage: ସିଲିଣ୍ଡର ନାହିଁ; ୨୦୦୦ଅତିଥିଙ୍କୁ ବିବାହ ଭୋଜି କେମିତି ଦେବୁ; ଚିନ୍ତାରେ କନ୍ୟାର ପରିବାର
ଆଜି (ରବିବାର) ସକାଳୁ ତେଣ୍ଟେଇ ଗ୍ରାମର ଅଜୟ ବେହେରା, ଗୋପାଳପୁରର ଆକାଂକ୍ଷା ସେଠି, ନରେନ୍ଦ୍ର ମହାଳିକ, ଅଇଁରୀ ଗ୍ରାମର ସୁକାନ୍ତି ବିଶ୍ୱାଳ ପ୍ରମୁଖଙ୍କ ସମେତ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଅନନ୍ତପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୧୫ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

3 weeks ago
11


