ARTICLE AD BOX
ଭୁବନେଶ୍ୱର: ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ସମ୍ମିଳନୀ ‘ଇନଫିନିଟି: ବିୟଣ୍ଡ ବାଉଣ୍ଡରିଜ୍’ ଶନିବାର ମେ’ଫେୟାର କନଭେନସନ୍ରେ ସଫଳତାର ସହ ଉଦ୍ଯାପିତ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ସାଂପ୍ରତିକ ବିଷୟ ଉପରେ ଆଲୋଚନା କରିଥିଲେ।
ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଫେସନାଲ୍ ଜଜ୍ମେଣ୍ଟ, ଆକାଉଣ୍ଟିଂ ପଲିସି, କର୍ପୋରେଟ୍ ଡିସ୍କ୍ଲୋଜର୍, ଆୟକର ଆଇନ–୨୦୨୫, ଅଦୃଶ୍ୟ ସମ୍ପତ୍ତିର ମୂଲ୍ୟାଙ୍କନ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଅଭିବୃଦ୍ଧି, ଫଣ୍ଡିଂ, ଆଇପିଓ ପ୍ରସ୍ତୁତି ଏବଂ ବୃତ୍ତିଗତ ନୈତିକତା ଉପରେ ବୈଷୟିକ ଅଧିବେଶନ ହୋଇଥିଲା। ସିଏ ଏମ୍. ପି. ବିଜୟ କୁମାର, ସିଏ ମନୀଷ ଦାଫ୍ରିଆ, ସିଏ ବିକାଶ ଗୋଏଲ ଏବଂ ସିଏ ସି. ସୁରେଶଙ୍କ ପରି ବିଶିଷ୍ଟ ବକ୍ତାମାନେ ମତ ରଖିଥିଲେ। ଉଦ୍ଯାପନୀ ଅଧିବେଶନରେ ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

4 weeks ago
14


