ARTICLE AD BOX
ରାଉରକେଲା: ଖାଇବା ଦେବାକୁ ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ଭଙ୍ଗା ଟାଇଲରେ ଛେଚି ହତ୍ୟା କରିଛି l ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ l ଗତକାଲି ରାତିରେ ନେତାଜୀନଗର ପାହାଡ଼ ଉପରେ ବସ୍ତିରେ ଏଭଳି ଅଭାବନୀୟ ଘଟିଥିଲା। ହତ୍ୟାକାଣ୍ଡ ପରେ ସ୍ୱାମୀ ସଞ୍ଜୟ ଘରୁ ଫେରାର ହୋଇଯାଇଛି l ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
Husband Killed Wife: ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଥାନାରେ ଅଟକ
ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା
ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ଅଂଚଳର ସଞ୍ଜୟ ଓ ତାଙ୍କ ସ୍ତ୍ରୀ ନେତାଜୀନଗର ପାହାଡ଼ ଉପର ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ l ସଞ୍ଜୟ ରାଉରକେଲା ଦିନ ମଜୁରିଆ କାମ କରୁଥିଲେ l ପ୍ରତିଦିନ ପରି ଗତକାଲି ରାତିରେ ସଞ୍ଜୟ ନିଶା ସେବନ କରି ଘରକୁ ଫେରିଥିଲେ l ସ୍ତ୍ରୀକୁ ଖାଇବାକୁ ମାଗିଥିଲେ l ଖାଇବାଦେବାରୁ ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ସଞ୍ଜୟ ଅଧିକ ରାଗିଯାଇ ଘରେ ପଡ଼ିଥିବା ଭଙ୍ଗା ଟାଇଲ ଆଣି ସୁନିତାକୁ ଆକ୍ରମଣ କରିଥିଲେ l ସୁନିତା ତଳେ ପଡ଼ିଯିବା ପରେ ସଞ୍ଜୟ ଟାଇଲରେ ଛେଚି ସୁନିତାକୁ ହତ୍ୟା କରିଥିଲା l

3 weeks ago
9


