Hunger Strike: ମରାଠା ସଂରକ୍ଷଣ ବିବାଦ: ୨୦ ଦିନର ଅନଶନ ଭାଙ୍ଗିଲେ ମନୋଜ ଜାରାଙ୍ଗେ

15 hours ago 2
ARTICLE AD BOX

ମୁମ୍ବାଇ:ମରାଠା ସଂରକ୍ଷଣ ଆନ୍ଦୋଳନର କର୍ମକର୍ତ୍ତା ମନୋଜ ଜାରାଙ୍ଗେ-ପାଟିଲ ଗୁରୁବାର ୨୦ ଦିନର ଅନଶନ ଭଙ୍ଗ କରିଛନ୍ତି ଓ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ସରକାରଙ୍କୁ ତାଙ୍କ ଦାବି ଉପରେ ବିଚାର କରିବା ଏବଂ ନିଷ୍ପତ୍ତି ନେବା ପାଇଁ ତିନି ମାସ ସମୟ ଦେଇଛନ୍ତି।

ଅଗଷ୍ଟ ୨୯ରୁ ଆନ୍ଦୋଳନ କରୁଥିଲେ

ଯଦି ସରକାର ସମୟସୀମା ମଧ୍ୟରେ ମରାଠା ସଂରକ୍ଷଣ ପ୍ରସଙ୍ଗରେ କୌଣସି ସମାଧାନ ବାହାର କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ଆନ୍ଦୋଳନକୁ ସେ ମୁମ୍ବାଇ ପର୍ଯ୍ୟନ୍ତ ନେବେ‌ ବୋଲି ଚେତାବନୀ ଦେଇ କହିଛନ୍ତି। ସୂଚନାଯୋଗ୍ୟ, ୪୪ ବର୍ଷୀୟ ଜାରାଙ୍ଗେ ଯୋଗ୍ୟ ମରାଠାମାନଙ୍କୁ କୁନ୍‌ବି ଜାତି ପ୍ରମାଣପତ୍ର ପ୍ରଦାନ କରି ଅନ୍ୟ ପଛୁଆ ବର୍ଗ (ଓବିସି) କୋଟା ପ୍ରଦାନ ଦାବିରେ ଅଗଷ୍ଟ ୨୯ରୁ ଆନ୍ଦୋଳନ କରୁଥିଲେ। ତେବେ ବରିଷ୍ଠ ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ ଓ ଦାଦା ଭୁସେ, ଏମ୍‌ଏଲ୍‌ସି ପ୍ରସାଦ ଲାଡ, ବିଧାୟକ ସୁରେଶ ଧାସ୍‌ ଓ ବିଡ୍‌ ଜିଲ୍ଲାର ପାଟୋଡାରେ ବରି‌ଷ୍ଠ ଅଧିକାରୀମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ପ୍ରତିନିଧି ଜାରାଙ୍ଗେଙ୍କ ସହିତ କଥାବାର୍ତ୍ତା କରିବା ପରେ ସେ ଅନଶନ ଭଙ୍ଗ କରିଛନ୍ତି।

100% Tariff: ଭାରତ ଉପରେ ୧୦୦% ଶୁଳ୍କ ଲାଗୁ କରିବା ପାଇଁ ବିଲ୍ ପାସ୍ କଲା ଆମେରିକା ସଂସଦ

ଜାଲନା ଜିଲ୍ଲାର ତାଙ୍କ ଗାଁରୁ ପଦଯାତ୍ରା ସମୟରେ ଜାରାଙ୍ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେ ମୁମ୍ବାଇ ଯିବା ବାଟରେ ପାଟୋଡାରେ ଅଟକି ଯାଇଥିଲେ। ବୈଠକ ସମୟରେ ସରକାରୀ ପ୍ରତିନିଧି ଦଳ ମରାଠା କୋଟା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ବିଷୟରେ ଜାରାଙ୍ଗେଙ୍କୁ ଅବଗତ କରାଇଥିଲେ। ଭିଖେ ପାଟିଲ ପରାମର୍ଶ ଦେଇଥିଲେ ଯେ, ଜାରାଙ୍ଗେ ସରକାରୀ ପ୍ରକ୍ରିୟାର ଅଗ୍ରଗତି ଉପରେ ନଜର ରଖିବା ପାଇଁ ତିନି ଜଣ ପ୍ରତିନିଧିଙ୍କୁ ମନୋନୀତ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.