ARTICLE AD BOX
୧୫୦ରୁ ଅଧିକ ବର୍ଷର ପରମ୍ପରା ତଥା ମୃତ୍ୟୁ ସହ ଜଡ଼ିତ ସଂକୀର୍ଣ୍ଣତାକୁ ଦୂର କରିବା ପାଇଁ ହଙ୍ଗେରିରେ ଏକ ଅନନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏକ କବରସ୍ଥଳୀରେ ଆୟୋଜିତ ପ୍ରତିଯୋଗିତାରେ ୧୯ଟି ଦଳରେ ବିଭକ୍ତ ୩୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ହଙ୍ଗେରୀୟ ଆସୋସିଏସନ୍ ଅଫ୍ ସିମେଟ୍ରି ମେଣ୍ଟେନର୍ସ ଆଣ୍ଡ ଅପରେଟର୍ସ ଆୟୋଜନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କବର ଖୋଳିବା କଳା ଓ ଦକ୍ଷତାକୁ ପ୍ରଦର୍ଶନ କରିବା। ଏହା ସହିତ ମୃତ୍ୟୁ ସମ୍ବନ୍ଧୀୟ ଭୟ ଓ ଅନ୍ଧବିଶ୍ୱାସକୁ ଦୂର କରିବା।
Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ
ଉତ୍ତର ହଙ୍ଗେରିର ନ୍ୟର୍ଗେସୁଜଫାଲୁ ସହରର ଶୁଖିଲା ମାଟିରେ ଏହି ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀମାନଙ୍କୁ ନିର୍ଦ୍ଦିଷ୍ଟ ମାପ ଅନୁଯାୟୀ ୧.୬ ମିଟର ଗଭୀର, ୨ ମିଟର ଲମ୍ବା ଓ ୦.୮ ମିଟର ଓସାର ବିଶିଷ୍ଟ କବର ଖୋଳିବାକୁ ପଡ଼ିଥିଲା। ରବର୍ଟ ନାଗି ଓ ତାଙ୍କ ସାଥୀ ଲାଜ୍ଲୋ କିସ୍ ୧ ଘଣ୍ଟା ୨୧ ମିନିଟ୍ ମଧ୍ୟରେ ଏହି କାମ ଶେଷ କରି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର

1 week ago
9


