Hospital: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଇଣ୍ଡସ୍ କଫ୍’ ମେସିନ୍ ଉଦ୍‌ଘାଟିତ

2 weeks ago 11
ARTICLE AD BOX

​ଜୟପୁର:କୋରାପୁଟ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆବଶ୍ୟକତା ଆଜି ପୂରଣ ହୋଇଛି। ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆଧୁନିକ ‘ଇଣ୍ଡସ୍ କଫ୍’  ମେସିନ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱlନ ମହାଜନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ିବନି

ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ କୋରାପୁଟ ଜିଲ୍ଲା ଓ ଆଖପାଖ ଅଞ୍ଚଳର ରୋଗୀମାନଙ୍କୁ ବିଶାଖାପାଟଣା, ଜଗଦଲପୁର କିମ୍ବା ଭୁବନେଶ୍ୱର ଭଳି ଦୂର ସହର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ରୋଗୀମାନେ ସମୟ ଏବଂ ଅର୍ଥ ଦୃଷ୍ଟିରୁ  ହଇରାଣ ହେଉଥିଲେ। ବର୍ତ୍ତମାନ ଜୟପୁରଠାରେ ହିଁ ଏହି ସୁବିଧା ଉପଲବ୍ଧ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ହୋଇପାରିଛି। ଏହି ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି। ସାଧାରଣ ଜନସାଧାରଣଙ୍କୁ ଉନ୍ନତ, ଆଧୁନିକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଦ୍‌ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Snake Bite: ସାପ କାମୁଡ଼ାରେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସମରତ

ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଚିକିତ୍ସାଳୟର ବରିଷ୍ଠ ବିଶେଷଜ୍ଞ ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବହୁ ପ୍ରତୀକ୍ଷିତ ଏହି ମେସିନ୍ ସ୍ଥାପନ ହେବା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ରୋଗୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.