Hospital: ଘରୋଇ ହସ୍ପିଟାଲ୍‌ରେ ନାବାଳକଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ କରି ରାସ୍ତାରୋକ୍‌

1 day ago 1
ARTICLE AD BOX

ଭୁବନେଶ୍ୱର: ଶିଶୁଭବନ ଛକସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ନାବାଳକ ହେଲେ ପୁରୁଣା ଭୁବନେଶ୍ବର ସାମନ୍ତରାପୁର ଅଞ୍ଚଳର ଅଶୋକ ମହାନ୍ତିଙ୍କ ପୁଅ ଅଂଶୁମାନ(୯)। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଶିଶୁଭବନ ଛକରେ ରାସ୍ତାରୋକ୍‌ କରିଥିଲେ। କମିସନରେଟ୍‌ ପୁଲିସ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ବହୁ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ। 

Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ

ଗତକାଲି ରାତିରୁ ଡାକ୍ତର ଅଂଶୁମାନଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ହାର୍ଟ ବିଟ୍‌ ଚାଲୁଥିବାରୁ ଅଂଶୁମାନଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ବ୍ରେନ୍‌ ଡେଡ୍‌ ଘୋଷଣା ହେବା ପରଠୁ ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ଅଭିଯୋଗ କରି ହସ୍ପିଟାଲ୍‌ରେ ପାଟିତୁଣ୍ଡ କରିଥିଲେ। ଆଜି ସକାଳୁ ପରିବାର ଲୋକେ ଅଂଶୁମାନଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ନେବା ପାଇଁ ଜିଦ୍‌ କରିଥିଲେ ଏବଂ ଡିସ୍‌ଚାର୍ଜ କରିବାକୁ ଡାକ୍ତରଙ୍କୁ କହିଥିଲେ। ତେଣୁ ପରିବାର ଲୋକଙ୍କ କଥାରେ ଡାକ୍ତର ଅଂଶୁମାନଙ୍କୁ ଡିସ୍‌ଚାର୍ଜ କରିଥିଲେ। କିନ୍ତୁ କିଛି ମିନିଟ୍‌ ପରେ ପରିବାର ଲୋକେ ପୁଣି ହସ୍ପିଟାଲ୍‌କୁ ଫେରି ପ୍ରବଳ ପାଟିତୁଣ୍ଡ କରିଥିଲେ। ଅଂଶୁମାନଙ୍କ ମୃତ୍ୟୁ ହୋଇଯାଇଥିବା କହି ଡାକ୍ତରଙ୍କୁ ଡେଥ୍‌ ସାର୍ଟିଫିକେଟ୍‌ ମାଗିଥିଲେ। କିନ୍ତୁ ବିନା ଯାଞ୍ଚରେ ଡାକ୍ତର ଡେଥ୍‌ ସାର୍ଟିଫିକେଟ୍‌ ଦେବାକୁ ମନା କରିବାରୁ ଉତ୍ତେଜନା ବଢ଼ିଥିଲା। ଏହାପରେ ପରିବାର ଲୋକେ ଅଂଶୁମାନଙ୍କ ମୃତଦେହକୁ ଶିଶୁଭବନ ଛକରେ ରାସ୍ତା ଉପରେ ରଖି ଧାରଣାରେ ବସିଥିଲେ।

Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ

ଫଳରେ ଶିଶୁଭବନରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଥିଲା ଏବଂ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ଅଂଶୁମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରବଳ ମୁଣ୍ଡବିନ୍ଧା ଓ ବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରେ ଆଡ୍‌ମିସନ୍‌ କରାଯାଇଥିଲା। ସେବେଠୁ ଡାକ୍ତରମାନେ ଅଂଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦେଇନଥିଲେ। ଶୁକ୍ରବାର ରାତିରେ ହଠାତ୍‌ କହିଲେ କି ଅଂଶୁମାନ ବ୍ରେନ୍‌ ଡେଡ୍‌ ଅବସ୍ଥାରେ। ତେଣୁ ସେମାନେ ଅନ୍ୟ ହସ୍ପିଟାଲ୍‌କୁ ନେବା ପାଇଁ ଚାହିଥିଲେ। ମାତ୍ର ଆଜି ସକାଳୁ ତାଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କଲା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଣୁ ଡାକ୍ତରଙ୍କ ଅବହେଳାରୁ ଅଂଶୁମାନଙ୍କର ମୃତ୍ୟୁ ହେଲା ଏବଂ ଏଥିପାଇଁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମାଆ ଦାବି କରିଥିଲେ। କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.