Hospital: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଜବ ବ୍ୟବସ୍ଥା: ରୋଗଠୁ ବଳିଯାଉଛି ଖାଦ୍ୟ ଯନ୍ତ୍ରଣା

2 weeks ago 6
ARTICLE AD BOX

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗଠୁ ବଳିଗଲାଣି ରୋଗୀଙ୍କ ଖାଦ୍ୟ ଯନ୍ତ୍ରଣା। ଏଠି ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯାଉନି। ଖାଦ୍ୟ ଯୋଗାଉଥିବା ସଂସ୍ଥା ପାଖକୁ ଯାଇ ଆଟେଣ୍ଡାଣ୍ଟମାନଙ୍କୁ ଖାଦ୍ୟ ଆଣିବାକୁ ପଡ଼ୁଛି। ଏଥିପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏମିତିକି ଖାଦ୍ୟ ପାଇଁ ଥାଳିକୁ ଲମ୍ବା ଧାଡ଼ିରେ ରଖିଦେଇ ଗୋଡ଼ଭାଙ୍ଗି ଛିଡ଼ା ହେବାକୁ ପଡୁଛି। ଜଳଖିଆ, ମଧୢାହ୍ନଭୋଜନ ଓ ରାତି ଭୋଜନକୁ ମିଶାଇ ତିନି ବେଳା ଖାଦ୍ୟ ପାଇଁ ଦୈନିକ ରୋଗୀଙ୍କ ଆଟେଣ୍ତାଣ୍ଟମାନଙ୍କୁ ଏମିତି କସରତ କରିବାକୁ ପଡ଼ୁଛି। ଖାଦ୍ୟ ଯୋଗାଣ ଦାୟିତ୍ବ ନେଇଥିବା ଏସ୍‌ଏଚ୍‌ଜି ମହାସ˚ଘ ବଳଦେବଜିଉ ଜିଲ୍ଲାସ୍ତରୀୟ ଫେଡେରେସନ୍‌ ବହୁବର୍ଷ ଧରି ଚଳାଇ ଆସିଥିବା ମନମାନି ଆଗରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ନିରବ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Narendra Modi: ‘ବିକଶିତ ଭାରତ’ ଓ ‘ୟଙ୍ଗି ଉଜବେକିସ୍ତାନ’ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ

ଖାଦ୍ୟ ମିଳିବାର ଘଣ୍ଟାଏ ପୂର୍ବରୁ ଥାଳି ଧାଡ଼ି
ଏସ୍‌ଏଚ୍‌ଜିର ମନମାନି, କର୍ତ୍ତୃପକ୍ଷ ନିଷ୍କ୍ରିୟ

ନିୟମ କହୁଛି, ହସ୍ପିଟାଲରେ ରୋଗୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ଦିଆଯିବ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଖାଦ୍ୟ ଦାୟିତ୍ବ ନେଇଥିବା ବଳଦେବଜିଉ ସ˚ସ୍ଥା ଏହି ନିୟମକୁ ମାନୁନାହିଁ। ରୋଗୀଙ୍କ ପାଖକୁ ଯାଇ ଖାଦ୍ୟ ଦେବା ତ ଦୂରର କଥା, କୌଣସି ଵାର୍ଡକୁ ବି ଯାଉନାହିଁ। ତୃତୀୟ ମହଲାର ଗୋଟିଏ ଜାଗାରେ ରହି ରୋଗୀଙ୍କୁ ସେଠାକୁ ଯାଇ ଖାଦ୍ୟ ନେବାକୁ ବାଧୢ କରାଯାଉଛି। ଏହାଦ୍ବାରା ଦ୍ବିତୀୟ ଓ ଚତୁର୍ଥ ମହଲାରେ ଚିକିତ୍ସିତ ହେଉଥିବା ରୋଗୀ ତଥା ସେମାନଙ୍କ ଆଟେଣ୍ଡାଣ୍ଟ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାତରେ ଥାଳି ଧରି ତୃତୀୟ ମହଲାକୁ ଆସିବାକୁ ପଡ଼ୁଛି। ଠେଲା ଗାଡ଼ିରେ ଖାଦ୍ୟ ଆସିବା ପୂର୍ବରୁ ଥାଳିଆ ଓ ଗିନାକୁ ଧାଡ଼ିରେ ରଖି ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ବଡ଼ କଥା ହେଉଛି, ଦୈନିକ ତିନିବେଳା ରୋଗୀଙ୍କ ଖାଦ୍ୟ ପାଇଁ ତିନି ମହଲା ଚଢ଼ିବାକୁ ପଡ଼ୁଛି।

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏମିତିରେ ରୋଗୀଙ୍କୁ ପାଣିଆ ଡାଲି ସହ ସ୍ବାଦହୀନ ତରକାରୀ ଦିଆଯାଉଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି। ମେନୁ ମୁତାବକ ଖାଦ୍ୟ ମିଳୁନାହିଁ। ଆଇଟମ୍‌ ବି ଖାଇବା ଥାଳିରୁ ଗାଏବ ରହୁଛି। ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଏବ˚ ଅନେକ ଆଇଟମ୍‌ ଦିଆଯାଉ ନଥିବା ଅଭିଯୋଗ ନେଇ ଗତ ମାର୍ଚ୍ଚ ୩୦ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଇନଜୀବୀ ରାଜୀବ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ବିଭାଗର ଅତିରିକ୍ତ ସଚିବ ଜୁନ୍‌ ୧ତାରିଖରେ ଜିଲ୍ଲା ହସ୍ପିଟାଲ୍‌କୁ ଏ ସ˚କ୍ରାନ୍ତରେ ରିପୋର୍ଟ ମାଗିଥିଲେ। ଏହାସତ୍ତ୍ବେ ବି  କୌଣସି ସୁଧାର ନ ଆସିବା ସ˚ପୃକ୍ତ ସ˚ସ୍ଥାର ମନମାନି ସହିତ ବିଭାଗୀୟ ଉଦାସୀନତାକୁ ପଦାରେ ପକାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.