Horoscope 2026 September 18: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 

ବୃଷ: ଜୀବନରେ ଲାଗି ରହିଥିବା ବାଧା ଦୂର ହେବ। ଧର୍ମକାର୍ଯ୍ୟରେ ମନ ଲଗାଇବେ। ଆୟର ନୂଆ ଉତ୍ସ ପାଇବେ। ମହିଳାମାନେ ରୋଷେଇଘରେ କାମ କରୁଥିବା ସମୟରେ ସାବଧାନ ରହନ୍ତୁ।

ମିଥୁନ: ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ଯୋଗ ଅଛି। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ଆପୋସୀ ତାଳମେଳ ରହିବ। ଘନିଷ୍ଠ ବନ୍ଧୁ ସହ ସାକ୍ଷାତ ହେବ।

କର୍କଟ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।‌

ସିଂହ: କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ବୈବାହିକ ଜୀବନରେ ସୌହାର୍ଦ୍ଦ ବଢ଼ିବ। 

କନ୍ୟା: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଭୂମିକା ନେତୃତ୍ବକାରୀ ହୋଇପାରେ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହିତ ବଢ଼ିଆ କ୍ଷଣ ବିତାଇବେ।

ଆହୁରି ପଢ଼ନ୍ତୁ- Supreme Court : ସିବିଏସ୍ଇ ତ୍ରି-ଭାଷା ନୀତି: ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ବିକଳ୍ପ ସୁଯୋଗ ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ତୁଳା: ଆପଣଙ୍କର ଆକର୍ଷକ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ବଡ଼ ଓକିଲଙ୍କ ପରାମର୍ଶ ଆପଣଙ୍କ ଲାଗି ଭଲ ସାବ୍ୟସ୍ତ ହେବ। ସରକାରୀ କାମ ପୂରା ହେବ। 

ବିଛା: ଆପଣଙ୍କ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ଭଲ ଜାଗାରେ ନିବେଶ କରିପାରନ୍ତି। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

ଧନୁ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଆଖପାଖର ଆଚରଣ ଉପରେ ଦୃଷ୍ଟି ରଖନ୍ତୁ। କଳାକାରଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: ସକାରାତ୍ମକ ଦୃଷ୍ଟିକୋଣରେ ଜରୁରୀ କାମ ପୂରା ହେବ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। କାହାରି ମାମଲାରେ ଦଖଲ ଦିଅନ୍ତୁନାହିଁ। ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। ‌

 କୁମ୍ଭ: ପୂର୍ବରୁ କରିଥିବା ନିବେଶର ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ମୀନ: ଲୋକମାନଙ୍କର ଭରସା ଆପଣଙ୍କ ଉପରେ ବଢ଼ିବ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ ପୂର୍ଣ୍ଣ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.