Horoscope 2026 September 11: ଜାଣନ୍ତୁ ଆଜିର ରାଶିଫଳ...

1 week ago 6
ARTICLE AD BOX

ମେଷ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ‌

ବୃଷ: କିଛି ନୂଆ କାମ କରିବା ପାଇଁ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିପାରିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

ମିଥୁନ: ଜ୍ଞାନ ଓ ଭଲ ବିଚାରରେ ବୃଦ୍ଧି ହେବ। କୌଣସି ନୂଆ ଦାୟିତ୍ବ ଆପଣଙ୍କ ପାଖକୁ ଆସିପାରେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। 

ସିଂହ: କାମ ପାଇଁ ଚେଷ୍ଟାରେ ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା। ‌

କନ୍ୟା: ଆପଣଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କୁ ପ୍ରଚୁର ସମ୍ମାନ ପ୍ରାପ୍ତି ହେବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଆହୁରି ପଢ଼ନ୍ତୁ- Nepal flood: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍‌ ସହାୟତା ପଠାଇଲା

ତୁଳା: କାହାରି ଉପରେ ଭରସା କରିବାରେ ନିବୃତ୍ତ ରହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ବିଛା: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା। ପ୍ରେମରେ ସଫଳତା ପାଇବେ।

ଧନୁ: ଆପଣଙ୍କର ସକାରାତ୍ମକ ଭାବନା ପାଇଁ ଆପଣଙ୍କୁ ଲାଭ ମିଳିବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ବଢ଼ିବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ପାରିବାରିକ ଜୀବନ ଶାନ୍ତିମୟ ହେବ। 

ମକର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ଲିଷ୍ଟରେ କିଛି ନୂଆ ଲୋକ ଯୋଡ଼ିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। 

କୁମ୍ଭ: ପରିବାର ସହିତ ଅଧିକ ସମୟ ବିତିବ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ। ପ୍ରେମ ଜୀବନ ଭଲ ରହିବ। 

ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ଦୀର୍ଘଦିନ ଅପେକ୍ଷାରେ ଥିଲେ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗରେ ଆରାମ ଅନୁଭବ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.